Child death : ଭୁଲ୍‌ ଇଞ୍ଜେକ୍‌ସନ୍‌ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ

ଭୁଲ ଇଞ୍ଜେକସନ କାରଣରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଉ‌ତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି.....

ଭୁବନେଶ୍ବର: ଭୁଲ ଇଞ୍ଜେକସନ କାରଣରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଉ‌ତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିବା ପ‌ରେ ଶିଶୁର ଶବ ବ୍ୟବଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ଏହି ମାମଲାକୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଚିକିତ୍ସାରେ କୌଣସି ଅବହେଳା କରାଯାଇ ନଥିବା କର୍ତ୍ତୃପକ୍ଷ କହିଛନ୍ତି।

ସୂଚନା ଅନୁସାରେ ଖୋର୍ଦ୍ଧା ଜଗନ୍ନାଥପୁରର ୧୧ ବର୍ଷର ଶିଶୁ ସାଇ ବେହେରା ଗତକାଲି ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସାଇକେଲର ହାଣ୍ଡେଲଟି ଶିଶୁର ପେଟରେ ବାଡ଼େଇ ହୋଇଯାଇଥିବାରୁ ଶିଶୁଟି ବହୁ ଯନ୍ତ୍ରଣା‌ରେ ରହିଥିଲା। ତାକୁ ପ୍ରଥ‌ମେ ନୟାଗଡ଼ ଚାନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଆଜି କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। କ୍ୟାପିଟାଲ ହସ୍ପିଟାଲକୁ ଅଣାଯିବା ସମୟରେ ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିଲା। ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା। ଶିଶୁର ମୃତ୍ୟୁ ପରେ ପରିବାର ଲୋକ ନର୍ସଙ୍କ ଭୁଲ ଇଞ୍ଜେକସନ କାରଣରୁ ମୃତ୍ୟୁ ହୋଇଥିବା ଅଭି‌ଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଶିଶୁଟି ସୁସ୍ଥ ଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ କ୍ୟାପିଟାଲକୁ ହସ୍ପିଟାଲକୁ ଆଣିଥିଲୁ। ସବୁ ଠିକ୍‌ ଥିଲା। ନର୍ସ ଏକ ଇଞ୍ଜେକସନ ଦେବା ପରେ ଶିଶୁଟି ମୂର୍ଚ୍ଛା ହୋଇଯାଇଥିଲା।

ଏହାର କିଛି ସମୟ ପରେ ଶିଶୁ ନଥିବା ଡାକ୍ତର ଜଣାଇଥିଲେ। ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ନେତା ସୁର ରାଉତରାୟ ପହଞ୍ଚି ଶିଶୁକୁ ପରିବାର ଲୋକଙ୍କୁ ସମବେଦନା ଜଣାଇତିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ‌ଯେ ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିଲା। ପେଟ ଭିତରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ଶିଶୁକୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବଞ୍ଚାଯାଇ ପାରି ନଥିଲା। ‌ଯେଉଁ ଭୁଲ୍‌ ଇଞ୍ଜେକସନ୍‌ କଥା ଉଠୁଛି ତାହା ସଂପୂର୍ଣ୍ଣ ଭିତ୍ତିହୀନ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version