ରାଜ୍ୟ
Fire: ପାନପୋଷ ମାର୍କେଟରେ ଜଳିଗଲା ଚାରି ଦୋକାନ
ଗତକାଲି ରାତି ପ୍ରାୟ ଦେଢ଼ଟା ଦୋକାନ ପାଖରେ କିଛି ଲୋକ ଭୋଜି କରୁଥିଲେ l ହଠାତ ନିଆଁ ଗୋଟିଏ ଦୋକାନରେ ଲାଗି ଯାଇଥିଲା l ପରେ ନିଆଁ ଅନ୍ୟ ତିନିଟି ଦୋକାନକୁ ବ୍ୟାପି ଯାଇଥିଲା l

ରାଉରକେଲା: ଗତକାଲି ରାତି ପ୍ରାୟ ଦେଢ଼ଟା ବେଳେ ଦୋକାନ ପାଖରେ କିଛି ଲୋକ ଭୋଜି କରୁଥିଲେ l ହଠାତ ନିଆଁଗୋଟିଏ ଦୋକାନରେ ଲାଗି ଯାଇଥିଲା l ପରେ ନିଆଁ ଅନ୍ୟ ତିନିଟି ଦୋକାନକୁ ବ୍ୟାପି ଯାଇଥିଲା l ଶଙ୍କର ସାହୁ, ବିପିନ ସାହୁ, ଉପେନ୍ଦ୍ର ସାହୁ ଓ ମହାକାମ ଭୂମିଜଙ୍କ ତେଜରାତି ଦୋକାନ ସମେତ ଆଳୁ ପିଆଜ, ଏମିତି ଚାରିଟି ଦୋକାନ ଜଳି ଯାଇଛି l
ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି
ଦୁଇଟି ଦମକଳ ନିଆଁକୁ ଆୟତ୍ତ କରିଥିବାରୁ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି l
ସୌଜନ୍ୟ ସମ୍ବାଦ




