ଦେଶ ବିଦେଶ

Chinese President Xi Jinping: ସେପ୍ଟେମ୍ବରରେ ଭାରତ ଆସିପାରନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଂ

ଚୀନ୍ ରାଷ୍ଟ୍ରପତି ସି ଜିନପିଂ ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତ କରିବାର ସମ୍ଭାବନା ରହିଛି। ୨୦୨୦ ଗାଲୱାନ୍ ଘାଟିରେ ସୀମା ବିବାଦ ଓ ସଂଘର୍ଷ ପରେ ଏହା ଜିନପିଂଙ୍କ ପ୍ରଥମ ଭାରତ ଗସ୍ତ ହେବ।

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଂ ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତ କରିବାର ସମ୍ଭାବନା ରହିଛି। ୨୦୨୦ ଗାଲୱାନ୍ ଘାଟିରେ ସୀମା ବିବାଦ ଓ ସଂଘର୍ଷ ପରେ ଏହା ଜିନପିଂଙ୍କ ପ୍ରଥମ ଭାରତ ଗସ୍ତ ହେବ। ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ୨୦୧୩ରୁ ଚୀନର ରାଷ୍ଟ୍ରପତି ଭାବେ କାର୍ଯ୍ୟରତ ଜିନପିଂ ପୂର୍ବରୁ ତିନିଥର ଭାରତ ଗସ୍ତ କରିସାରିଥିବା ବେଳେ ୨୦୧୯ ଅକ୍ଟୋବରରେ ଶେଷଥର ପାଇଁ ଆସିଥିଲେ।

ଏହି ସମ୍ଭାବ୍ୟ ଗସ୍ତ ପୂର୍ବରୁ ଦ୍ୱିପାକ୍ଷିକ କୂଟନୈତିକ ଆଲୋଚନାକୁ ଆହୁରି ସୁଦୃଢ଼ କରାଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ୍ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଚୀନ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ଆସନ୍ତା ସପ୍ତାହଗୁଡ଼ିକରେ ସୀମା ବିବାଦ ସଂକ୍ରାନ୍ତୀୟ ନିୟମିତ ପରାମର୍ଶ ଓ ସମନ୍ୱୟ ବୈଠକ ଏବଂ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏହି ବୈଠକଗୁଡ଼ିକ ମାଧ୍ୟମରେ ସୀମା ସୁରକ୍ଷା, ବୈଷୟିକ ସହଯୋଗ ଏବଂ କୂଟନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରୟାସ କରାଯାଉଛି। ସମ୍ମିଳନୀ ଅବସରରେ ଭାରତୀୟ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି, ଯେଉଁଥିରେ ସୀମା ବିବାଦ, ଆଞ୍ଚଳିକ ସୁରକ୍ଷା ଏବଂ ଆର୍ଥିକ ସହଯୋଗ ଉପରେ ଚର୍ଚ୍ଚା ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତି ଏବଂ ପଶ୍ଚିମ ଏସିଆର ଅସ୍ଥିରତା ମଧ୍ୟରେ ଏହି ସାକ୍ଷାତକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ତେବେ ଏହି ଗସ୍ତ ସମ୍ପର୍କରେ ନୂଆଦିଲ୍ଲୀ କିମ୍ବା ବେଜିଂ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button