ବରଗଡ଼: ବରଗଡ଼ ବିକାଶ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିରେ ବେଙ୍ଗଲ ୧୦୨ ରନ୍ରେ ଓଡ଼ିଶାକୁ ହରାଇଦେଇଛି। ୨୯୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଓଡ଼ିଶା ଅତି ବେପରୁଆ ବ୍ୟାଟିଂ କରି ୧୯୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଶ୍ରେୟାଂଶ ଭରଦ୍ବାଜ ସର୍ବାଧିକ ୪୦, ସମ୍ବିତ ବେଜା ୩୧, ସାଇଦୀପ ମହାପାତ୍ର ୨୩, ଦୁଇ ଓପନର ଦୀନେଶ ମାଝୀ ଓ ଓମ୍ ମୁଣ୍ଡେ ୧୯ ରନ୍ ଲେଖାଏଁ, ସମ୍ବିତ ବରାଳ ୧୮, ଅଭିଷେକ ସିଂହ ୧୫ ରନ୍ କରିଥିଲେ। ବେଙ୍ଗଲ ପକ୍ଷରୁ ଇର୍ସାଦ ଆଲମ ଓ ରୋହିତ ୫ଟି ଲେଖାଏଁ ୱିକେଟ୍ ନେଇ ବେଙ୍ଗଲକୁ ବିଜୟ ଦେଇଥିଲେ। ଗତକାଲିର ସ୍କୋର୍ ୧୩୫/୩ରୁ ଖେଳ ଆରମ୍ଭ କରିଥିବା ବେଙ୍ଗଲ ଏଥିରେ ୧୩୬ ରନ୍ ଯୋଡ଼ି ୨୭୧/୯ରେ ପାଳି ଘୋଷଣା କରିଥିଲା।
CK Nayudu Trophy: ସିକେ ନାୟୁଡୁ ଟ୍ରଫି: ବେଙ୍ଗଲ୍ଠୁ ହାରିଲା ଓଡ଼ିଶା
ବରଗଡ଼ ବିକାଶ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିରେ ବେଙ୍ଗଲ ୧୦୨ ରନ୍ରେ ଓଡ଼ିଶାକୁ ହରାଇଦେଇଛି। ୨୯୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଓଡ଼ିଶା ଅତି ବେପରୁଆ ବ୍ୟାଟିଂ କରି ୧୯୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
