ଜାତୀୟ

Climate Change Impact: ମୁଡ୍ ଅଫ୍ ଦ ନେସନ୍ ସର୍ଭେ, ଜୀବନ-ଜୀବିକାକୁ ପ୍ରଭାବିତ କରିଛି ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ ୨୯/୦୮: ଜଳବାୟୁ ପରିବର୍ତ୍ତନ ଅଧିକାଂଶ ଭାରତୀୟଙ୍କ ପାଇଁ ଆଉ ଦୂର ପରିବେଶ ସମସ୍ୟା ହୋଇ ନାହିଁ । ସଦ୍ୟତମ ଇଣ୍ଡିଆ ଟୁଡେ-ସିଭୋଟର୍ ମୁଡ୍ ଅଫ୍ ଦ ନେସନ୍ ସର୍ଭେ ଅନୁସାରେ, ପ୍ରତି ୪ ଜଣଙ୍କ ମଧ୍ୟରେ ୩ରୁ ଅଧିକ ଲୋକ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି । ସର୍ଭେରେ ସାମିଲ ଅଧାରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି । ସେହିପରି ୪ ଣଜଙ୍କ ମଧ୍ୟରୁ ଜଣେ କିଛି ମାତ୍ରାରେ ପ୍ରଭାବିତ ବୋଲି କହିଛନ୍ତି ।

ସର୍ଭେରେ ସାମିଲ ୫୨.୭% ଲୋକ କହିଲେ, ଜଳବାୟୁ ପରିବର୍ତ୍ତନ ସେମାନଙ୍କ ଜୀବନ ବା ଜୀବିକା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ୨୫% କହିଲେ, ସେମାନେ କମ୍ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୮ ଜଣ କହିଲେ, କେତେକ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସେମାନଙ୍କୁ ପ୍ରଭାବିତ କରିଛି । ମାତ୍ର ୮.୬% କହିଲେ, ଏହା ସେମାନଙ୍କ ଜୀବନ କିମ୍ବା ଜୀବିକା ଉପରେ ପ୍ରଭାବ ପକାଇ ନାହିଁ । ସର୍ଭେରେ ସାମିଲ ଅଧିକାଂଶ ଲୋକଙ୍କ ବିଶ୍ୱାସ ଯେ ପରିବେଶର ସୁରକ୍ଷା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉଛି । ୧୦ ଜଣଙ୍କ ମଧ୍ୟରୁ ପ୍ରାୟ ୬ ଜଣ ବା ୫୯%ଙ୍କର ଏପରି ଧାରଣା । ଅନ୍ୟପକ୍ଷେ, ୩୪.୪% ଏଥିରେ ଏକମତ ନୁହନ୍ତି । ଅନ୍ୟ ୬.୭% ଏ ବିଷୟରେ ଜାଣିନଥିଲେ କିମ୍ବା ଉତ୍ତର ଦେଇନଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button