Congress: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ବହରମପୁରରୁ ଲଢ଼ିବେ ଅଧୀର ରଞ୍ଜନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୨୮୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅଧୀର ରଞ୍ଜନ ଚୌଧୁରୀଙ୍କୁ କଂଗ୍ରେସ ବହରମପୁରରୁ ପ୍ରାର୍ଥୀ କରିଛି। ଭବାନୀପୁରରୁ ପ୍ରଦୀପ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୨୮୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅଧୀର ରଞ୍ଜନ ଚୌଧୁରୀଙ୍କୁ କଂଗ୍ରେସ ବହରମପୁରରୁ ପ୍ରାର୍ଥୀ କରିଛି। ଭବାନୀପୁରରୁ ପ୍ରଦୀପ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତଥର ଭବାନୀପୁର ଆସନରୁ ଜିତିଥିଲେ।

ମାଲତୀପୁରର କଂଗ୍ରେସ ପୂର୍ବତନ ସାଂସଦ ମୌସମ୍‌ ନୂର୍‌ଙ୍କୁ ପ୍ରାର୍ଥୀ କରିଛି। ପଶ୍ଚିମବଙ୍ଗରେ ମମତାଙ୍କ ଟିଏମ୍‌ସି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଥିବାବେଳେ କଂଗ୍ରେସ ନିର୍ବାଚନରେ ଏକୁଟିଆ ଲଢ଼ିବାକୁ ନିଷ୍ପତ୍ତି ନେଇଛି।

ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ଏପ୍ରିଲ ୨୯ ତାରିଖରେ ମତଦାନ ହେବାକୁ ଥିବାବେଳେ ମେ’ ୪ ତାରିଖରେ ଫଳାଫଳ ଆସିବ। ୨୦୨୧ରେ ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ଅନୁଷ୍ଠିତ ହୋଇଥିବାବେଳେ ତୃଣମୂଳ କଂଗ୍ରେସ ୨୧୩ଟି ଆସନ ଜିତି ବିପୁଳ ବିଜୟ ହାସଲ କରିଥିଲା। କଂଗ୍ରେସ ଓ ବାମପନ୍ଥୀ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିଥିବାବେଳେ କୌଣସି ଗୋଟିଏ ଆସନ ଜିତି ପାରିନଥିଲେ।

ସୌଜନ୍ୟ ସମ୍ବାଦ

Exit mobile version