Copycat Urvashi? କପିକ୍ୟାଟ୍‌ ଉର୍ବଶୀ?

ଆତ୍ମଘୋଷିତ ‘ଗ୍ଲୋବାଲ୍‌ ସୁପର୍‌ଷ୍ଟାର୍‌’ ଉର୍ବଶୀ ରୌତେଲା ଗତ ଚାରି ବର୍ଷ ଭଳି ଏ ବର୍ଷ ମଧ୍ୟ ସମ୍ମାନଜନକ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ପହଞ୍ଚିଯାଇଛନ୍ତି। ୧୨ ତାରିଖର ଉଦ୍‌ଘାଟନ ଦିବସରୁ ଏ ପର୍ଯ୍ୟନ୍ତ ସେ ସେଠାରେ ଉପସ୍ଥିତ ଅଛନ୍ତି। ନିକଟରେ ସେ ଦ୍ବିତୀୟ ଥର ପାଇଁ କାନ୍‌ ରେଡ୍‌ କାର୍ପେଟ୍‌ରେ ଦେଖାଦେଇଥିଲେ, ଯାହା ଉର୍ବଶୀଙ୍କୁ ପ୍ରଶଂସା ବଦଳରେ ସମାଲୋଚନାରେ ପୋତି ଦେଇଛି। ଏଥର ସେ ଏକ ସୁନା ଏମ୍ବ୍ରୋଡରି ଥିବା ଆଇଭରି ରଙ୍ଗର ଶାଢ଼ୀ ପିନ୍ଧିଥିଲେ, ଯାହା ସୁନା ଅଳଙ୍କାର ଖଚିତ ବ୍ଲାଉଜ୍‌ ସହିତ ଖୁବ୍‌ ସୁନ୍ଦର ଲାଗୁଥିଲା। ତାଙ୍କ ହାତରେ ଥିଲା ଏକ ଗଛ କୁଣ୍ଡ। ତେବେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଉର୍ବଶୀଙ୍କ ପରିଧାନରେ ଏକ ସମାନତା ବାରିବାକୁ ଅଧିକ ସମୟ ଲାଗି ନଥିଲା।

ତିନି ବର୍ଷ ତଳେ ଭାରତକୁ ଆସିଥିବା ଆମେରିକୀୟ ସୁପର୍‌ମଡେଲ୍‌ ଜିଜି ହଦିଦ ଠିକ୍‌ ଏହି ଶାଢ଼ି ପିନ୍ଧିଥିଲେ। ରୌତେଲାଙ୍କ ଅଳଙ୍କାର ପରିଧାନର ଷ୍ଟାଇଲ୍‌ ମଧ୍ୟ ମେଳ ଖାଇଯାଉଛି। ଏହି କାରଣରୁ ଉର୍ବଶୀଙ୍କୁ ଏବେ ‘କପିକ୍ୟାଟ୍‌’ କହି ପ୍ରବଳ ସମାଲୋଚନା କରାଯାଉଛି। କେହି ତାଙ୍କ ନକଲକୁ ଧରିପାରିବେ ନାହିଁ ବୋଲି ଭାବି ଉର୍ବଶୀ ଏକ ବିଶ୍ବସ୍ତରୀୟ ମଞ୍ଚରେ କିପରି ଅବତୀର୍ଣ୍ଣ ହୋଇଗଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ଯାହା ହେଉ, ଉର୍ବଶୀ ଏଭଳି ସମାଲୋଚନାରେ ବିଚଳିତ ହେବା ଭଳି ବ୍ୟକ୍ତି ନୁହନ୍ତି। ବିଶ୍ବ ସ୍ତରରେ ଭାରତର ପ୍ରତିନିଧିତ୍ବ କରିବା ନେଇ ସେ ଖୁବ୍ ଗର୍ବିତ।

 

 

ସୌଜନ୍ୟ ସମ୍ବାଦ