ଜିଲ୍ଲାରାଜ୍ୟ

Cow Smuggling: ବେଆଇନ ଗୋ ଚାଲାଣ ବେଳେ ଗୋଡ଼େଇ ଗୋଡ଼େଇ ଧରିଲା ପୁଲିସ୍: ୮ ଗୋରୁ ଉଦ୍ଧାର, ଜଣେ ଅଟକ

ଗୋରୁ ଚୋରାଚାଲାଣ ବେଳେ ମାଡ଼ିବସିଲା ପୁଲିସ। ଟାଟା ଏସିରେ ହେଉଥିଲା ଗୋ ଚୋରାଚାଲାଣ। ୮ ଗୋରୁ ଉଦ୍ଧାର ହୋଇଥିବା ବେଳେ ଟାଟା ଏସି ଜବତ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ। ବରହମପୁର ଥାନା ଅଧୀନ ଆରବନ୍ଧ ରାସ୍ତାରେ ଜବତ ହୋଇଛି ଗାଡ଼ି।

ନୀଳଗିରି: ଗୋରୁ ଚୋରାଚାଲାଣ ବେଳେ ମାଡ଼ିବସିଲା ପୁଲିସ। ଟାଟା ଏସିରେ ହେଉଥିଲା ଗୋ ଚୋରାଚାଲାଣ। ୮ ଗୋରୁଉଦ୍ଧାର ହୋଇଥିବା ବେଳେ ଟାଟା ଏସି ଜବତ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ। ବରହମପୁର ଥାନା ଅଧୀନ ଆରବନ୍ଧ ରାସ୍ତାରେ ଜବତ ହୋଇଛି ଗାଡ଼ି

ସୂଚନା ମୁତାବକ ବେଆଇନ ଭାବରେ କିଛି ଗୋ ମାଫିଆ ଏକ ଟାଟା ଏସିରେ ଗୋ ଚୋରା ଚାଲାଣ କରି ବରହମପୁରରୁ ଆରବନ୍ଧ ଅଭିମୁଖେ ଯାଉଥିଲେ। ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ଓ ଗୋ ରକ୍ଷକ ଯୁବକମାନେ ଏ ବାବଦରେ ଖବର ପାଇବା ପରେ ବରହମପୁର ଥାନାର ମିଳିତ ସହଯୋଗରେ ଗୋରୁ ବୋଝେଇ ଗାଡ଼ିଟିକୁ ଆରବନ୍ଧ ରାସ୍ତା ନିକଟରୁ ଧରିଥିଲେ। ୨ ଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣକୁ ଧରିଛି ବରହମପୁର ପୁଲିସ। ପୁଲିସ ଉକ୍ତ ଗୋରୁ ଗାଡ଼ିକୁ ଗୋଡ଼େଇ ଗୋଡ଼େଇ ଧରିବାକୁ ନୟାନ୍ତ ହୋଇଥିଲା। ପ୍ରାୟ ୨ ଘଣ୍ଟା ଗାଡ଼ିକୁ ଗୋଡ଼େଇ ପରେ ଗାଡ଼ିକୁ କାବୁ କରିଥିଲା ବରହମପୁର ପୁଲିସ । ୮ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ତଦନ୍ତ ଜାରି ରହିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button