ଭୁବନେଶ୍ୱର: ଭେନେଜୁଏଲା ବିରୋଧରେ ଆମେରିକାର ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କର ସହଧର୍ମିଣୀ ସିଲିଆ ଫ୍ଲୋରେସଙ୍କୁ ଅପହରଣ ଘଟଣାକୁ କଟୁ ସମାଲୋଚନା କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆମେରିକାର ଏହି ଅନୁପ୍ରବେଶ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ବିରୋଧରେ ହୋଇଥିବା ଆକ୍ରମଣ, ଯାହା ଜାତିସଂଘ ସମ୍ବିଧାନର ଖୋଲାଖୋଲି ଉଲ୍ଲଂଘନ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଭାଷଣରେ ଭେନେଜୁଏଲାର ତୈଳ ସଂପଦକୁ ଦଖଲ କରିବା କଥା କହି ଏହି ଆକ୍ରମଣ ପଛରେ ଥିବା ଅସଲ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛନ୍ତି।

