ରାଜ୍ୟ

Crime News : ଅଟୋ ଚାଳକଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ, ଅଟୋ ନେଇ ଫେରାର ଦୁର୍ବୃତ୍ତ

ବାଲେଶ୍ଵର, ୧୬/୧୦ : ବାଲେଶ୍ୱର ବାଲିଘାଟ ଓଭରବ୍ରିଜ୍ ନିକଟରେ ଜଣେ ଅଟୋ ଚାଳକଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତମାନେ ତାଙ୍କ ଅଟୋ ନେଇ ଫେରାର ହୋଇଯାଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ହଳଦିପଦା ଅଞ୍ଚଳର ରବୀନ୍ଦ୍ର ବାରିକ ।

ସୂଚନାନୁଯାୟୀ, ରବୀନ୍ଦ୍ର ପ୍ରତିଦିନ ସହରରେ ଅଟୋ ଚଳାଇ ରାତିରେ ଘରକୁ ଫେରନ୍ତି । ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଓଭରବ୍ରିଜ୍ ତଳେ ଦୁର୍ବୃତ୍ତମାନେ ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ । ପରିବାର ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ହେବାରୁ ତାଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଲେଶ୍ୱର ଟାଉନ୍ ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button