Criminal in Beggar Look: ମନ୍ଦିର ବାହାରେ ଭିକାରି ବେଶରେ ଭିକ ମାଗୁଥିଲା ହତ୍ୟାକାରୀ, ଏବେ ଧରିଲା ପୁଲିସ

ପୁଲିସକୁ ଚକମା ଦେବାକୁ ଭିକାରି ବେଶରେ ମନ୍ଦିର ବାହାରେ ଭିକ ମାଗୁଥିଲେ | ନିଜକୁ ନିରୀହ ଦର୍ଶାଇବା ସହ କେଶ କାଟି ଦେଇଥିଲେ | ହେଲେ ରାଜସ୍ଥାନ ପୁଲିସର ଜଣେ କନେଷ୍ଟବଳଙ୍କ ଯୋଗୁଁ ଏବେ ଜଣେ କୁଖ୍ୟାତ ଅପରାଧୀ ଧରାପଡ଼ିଛନ୍ତି |

ଜୟପୁର: ପୁଲିସକୁ ଚକମା ଦେବାକୁ ଭିକାରି ବେଶରେ ମନ୍ଦିର ବାହାରେ ଭିକ ମାଗୁଥିଲେ | ନିଜକୁ ନିରୀହ ଦର୍ଶାଇବା ସହ କେଶ କାଟି ଦେଇଥିଲେ | ହେଲେ ରାଜସ୍ଥାନ ପୁଲିସର ଜଣେ କନେଷ୍ଟବଳଙ୍କ ଯୋଗୁଁ ଏବେ ଜଣେ କୁଖ୍ୟାତ ଅପରାଧୀ ଧରାପଡ଼ିଛନ୍ତି | ଏହି ଅପରାଧୀଙ୍କ ମୁଣ୍ଡ ଉପରେ ୫୦୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା | ଅପରାଧୀ ଜଣକ ନିଜକୁ ଛଦ୍ମବେଶରେ ରଖି ପୁଲିସକୁ ଠକିବାକୁ ସବୁବେଳେ ଚେଷ୍ଟା କରୁଥିଲା। ତେବେ ଶେଷରେ ପୁଲିସ ଅଭିଯୁକ୍ତ ଦୀପକ ମାଲାସାରିଆଙ୍କୁ ଗିରଫ କରିଛି। ପୁଲିସ ତାଙ୍କୁ ଏପରି ଅବସ୍ଥାରେ ଗିରଫ କରିଥିଲା ​​ଯାହାକୁ ନେଇ ଏବେ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |

ସେ ଜୟପୁରର ଖୋଲେରେ ହନୁମାନଙ୍କ ମନ୍ଦିର ବାହାରେ ଚିରା ପୋଷାକ ଏବଂ ଅଧା ଲଣ୍ଡା ହୋଇ ଭିକ୍ଷା ମାଗୁଥିଲା। ପୁଲିସର କହିବା ଅନୁଯାୟୀ, କେହି ଯେମିତି ତାଙ୍କୁ ସନ୍ଦେହ ନ କରିବେ ସେଥିପାଇଁ ଦୀପକ ତାଙ୍କର ଅଧା କେଶ କାଟି ଦେଇଥିଲେ, ଏପରିକି ଚିରା ପୋଷାକ ପିନ୍ଧିବା ସହ ଅନ୍ୟ ଭିକାରିଙ୍କ ସହ ରହୁଥିଲେ | ତେବେ ଏହି ଅପରାଧୀଙ୍କ ବାବଦରେ ଗୁଇନ୍ଦା ସୂଚନା ପାଇବାପରେ ଝୁନଝୁନୁ ପୁଲିସର ଏକ ଟିମ ସାଧାରଣ ନାଗରିକ ଭାବରେ ନିଜକୁ ପରିଚୟ ଦେଇ ମନ୍ଦିର ପରିସରରେ ୪୮ ଘଣ୍ଟା ଧରି ନଜର ରଖିଥିଲେ |

କନଷ୍ଟେବଲ୍ ପ୍ରବୀଣ ଅନେକ ଭିକାରିଙ୍କ ମଧ୍ୟରେ ଦୀପକଙ୍କୁ ଚିହ୍ନିପାରିଥିଲେ ଏବଂ ପୁଲିସ ଟିମ ତାଙ୍କୁ ଘେରି ଗିରଫ କରିଥିଲା। ଦୀପକ ମାଲାସାରିଆଙ୍କ ବିରୁଦ୍ଧରେ ହତ୍ୟା, ଅପହରଣ ଏବଂ ଡକାୟତି ସମେତ ଆଠରୁ ଅଧିକ ଗୁରୁତର ଅଭିଯୋଗ ରହିଛି। ପୁଲିସ ତାଙ୍କୁ ଦୀର୍ଘ ସମୟ ଧରି ଅନେକ ମାମଲା ପାଇଁ ଖୋଜୁଥିଲା ଶେଷରେ ଗିରଫ କରିଛି |

ଦିନରେ ଭିକାରି, ରାତିରେ ହତ୍ୟାକାରୀ
ପୁଲିସ କହିଛି ଯେ ଦୀପକ ଦିନରେ ମନ୍ଦିର ବାହାରେ ଭିକ ମାଗୁଥିବାବେଳେ ରାତିରେ କିନ୍ତୁ ଅପରାଧ କରୁଥିଲା |
୧୯ ଅକ୍ଟୋବର, ୨୦୨୫ ରାତିରେ, ଦୀପକ ଓ ତା’ର ସହଯୋଗୀ ତିନୋଟି ଗାଡ଼ିରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିଲେ ଏବଂ ପରେ ହତ୍ୟା କରିଥିଲେ । ତାଙ୍କୁ ଲୁହା ପାଇପ୍ ଏବଂ ରଡ୍ ସାହାଯ୍ୟରେ ପିଟି ହତ୍ୟା କରାଯାଇଥିଲା। ପରେ, ତାଙ୍କର ସୁନା ଚେନ୍ ଏବଂ ୩ ଲକ୍ଷ ଟଙ୍କା ଲୁଟି ନିଆଯାଇଥିଲା। ଏନେଇ ତଦନ୍ତ ବେଳେ ପୁଲିସ ଦୀପକର ସମ୍ପୃକ୍ତି ବାବଦରେ ଜାଣିବାକୁ ପାଇଥିଲା ଆଉ ସେହିଦିନଠାରୁ ଖୋଜୁଥିଲା | ଶେଷରେ ଭିକାରି ବେଶରେ ଦୀପକକୁ ଏବେ ପୁଲିସ ଧରିଛି |

 

ସୌଜନ୍ୟ ସମ୍ବାଦ

 

Exit mobile version