Crocodile Attack: ମହିଳାଙ୍କୁ ଟାଣିନେଲା କୁମ୍ଭୀର
ଗତ ଏକ ସପ୍ତାହ ହେଲାଣି ବନ୍ୟା ଘେରରେ ଥିବା ଅଳପୁଆ ପଂଚାୟତର ଦାମଦର ପାଟଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବନ୍ୟା ପାଣି କମୁଥିବା ବେଳେ ଭୋରୁ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି।

ପଟ୍ଟାମୁଣ୍ଡାଇ: ଗତ ଏକ ସପ୍ତାହ ହେଲାଣି ବନ୍ୟା ଘେରରେ ଥିବା ଅଳପୁଆ ପଂଚାୟତର ଦାମଦର ପାଟଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବନ୍ୟା ପାଣି କମୁଥିବା ବେଳେ ଭୋରୁ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। ଏ ମହିଳାଙ୍କ ନାମ ହେଉଛି ସୁଚିତ୍ରା ଦାସ ଓ ବୟସ ୪୬ ବୋଲି ଜଣା ପଡ଼ିଛି।
ଶ୍ରୀମତୀ ଦାସଙ୍କ ଚପଲ, ଟର୍ଚ୍ଚ, ମୋବାଇଲ ଓ ସାବୁନ ନଦୀକୂଳରେ ଥୁଆ ହୋଇଛି। ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜାଖୋଜି କରୁଛନ୍ତି। ତାଙ୍କର କୌଣସି ପତା ମିଳିନାହିଁ। ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳରେ କୁମ୍ଭୀର ଓ ବାରହା ଆତଙ୍କ ଦେଖାଦେବା ସହ ସାଧାରଣ ଲୋକଙ୍କ ଜୀବନହାନୀ ଘଟୁଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ।
ସାଧାରଣରେ ଅସନ୍ତୋଷ
କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆୟାର ବନ୍ୟାଞ୍ଚଳ ଗ୍ରସ୍ତ ସମୟରେ କୁମ୍ଭୀର, ବାରହା ଆତଙ୍କ ବିଷୟରେ ଲୋକେ ଅଭିଯୋଗ କରିଥିଲେ। ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି ବନ କର୍ମଚାରୀମାନେ ସଚେତନତା ତ ଦୂରର କଥା ଘଟଣା ସ୍ଥଳକୁ କେହି ଆସିନଥିବା ଲୋକେ ଅଭିଯୋଗ କରିଛନ୍ତି। ବନ କର୍ମଚାରୀଙ୍କର ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ




