ଖେଳ

CSK Head Coach: ଜାହିର ଖାନ ସିଏସ୍‌କେ ମୁଖ୍ୟ ପ୍ରଶିକ୍ଷକ

ଆଗାମୀ ଆଇପିଏଲ୍‌ ଋତୁ ପୂର୍ବରୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍‌ଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି। ଷ୍ଟିଫେନ୍‌ ଫ୍ଲେମିଂଙ୍କ ସ୍ଥାନରେ ଏହି ୨୦୧୧ ବିଶ୍ବକପ୍‌ ବିଜୟୀ ଖେଳାଳି ଦାୟିତ୍ବ ତୁଲାଇବେ।

ଚେନ୍ନାଇ: ଆଗାମୀ ଆଇପିଏଲ୍‌ ଋତୁ ପୂର୍ବରୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍‌ଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି। ଷ୍ଟିଫେନ୍‌ ଫ୍ଲେମିଂଙ୍କ ସ୍ଥାନରେ ଏହି ୨୦୧୧ ବିଶ୍ବକପ୍‌ ବିଜୟୀ ଖେଳାଳି ଦାୟିତ୍ବ ତୁଲାଇବେ। ଆଇପିଏଲ୍‌ରେ ଜାହିର ୧୦୦ ମ୍ୟାଚ୍‌ ଖେଳିଛନ୍ତି।

ସିଏସ୍‌କେକୁ ୫ ଆଇପିଏଲ୍‌ ଓ ୨ ଚାମ୍ପିଅନ୍ସ ଲିଗ୍‌ ମୁକୁଟ ଜିତାଇଥିବା ଫ୍ଲେମିଂ ‌ଗତ ଜୁଲାଇରେ ୧୬ ବର୍ଷର ସମ୍ପର୍କ ତୁଟାଇଥିଲେ। ‘‘ଆଇପିଏଲ୍‌ ଇତିହାସରେ ସଫଳ ଦଳ ସହ ଯୋଡ଼ି ହେବା ମୋ ପାଇଁ ବଡ଼ ସମ୍ମାନର ବିଷୟ। ଜଣେ ଖେଳାଳି ଭାବେ ସିଏସ୍‌କେ ସହ ବହୁଥର ପଡ଼ିଆରେ ମୁକାବିଲା ହୋଇଛି, ଏହାକୁ ବି ଭଲ ଭାବେ ଉପଭୋଗ କରିଛି। ଚେପକ୍‌ର ପରିବେଶ ଓ ପ୍ରଶଂସକ ସ୍ବତନ୍ତ୍ର। ମୁଁ ଏହି ଫ୍ରାଞ୍ଚାଇଜ୍‌ରେ ଯୋଗଦେବାକୁ ଅପେକ୍ଷା କରିଛି’’ ବୋଲି ନିଯୁକ୍ତି ପରେ ଜାହିର କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button