ଜାତୀୟ

Manipur Earthquake: ସକାଳୁ ସକାଳୁ ମଣିପୁରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୨ ରେକର୍ଡ, ଲୋକେ ଭୟଭୀତ

ନୂଆଦିଲ୍ଲୀ ୨୧।୦୪; ମଣିପୁରରେ ଏକ ମଧ୍ୟମ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ରିକ୍ଟର ସ୍କେଲରେ ୫.୨ ରେକର୍ଡ ହୋଇଥିବା ସୂଚନା ମିଳିଛି । ଏହି ଭୂମିକମ୍ପ ଏପ୍ରିଲ ୨୧ ଅର୍ଥାତ୍ ମଙ୍ଗଳବାର ସକାଳ ୫.୫୯ ରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାମଜୋଙ୍ଗ ଜିଲ୍ଲାରେ ଥିଲା। ଉଲ୍ଲେଖଯୋଗ୍ୟ, ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ସୌଭାଗ୍ୟବଶତଃ, କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ। ଏପ୍ରିଲ ମାସରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭୂକମ୍ପ ହେବାର ଏହା ପ୍ରଥମ ଘଟଣା ନୁହେଁ।

ସୌଜନ୍ୟ Prameya News7

Show More
Back to top button