Uttarpradesh: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସହ ମେଣ୍ଟ ଚାହାନ୍ତି ଅୱେସି
୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି ଇଣ୍ଡି ମେଣ୍ଟ ଏବଂ ବିଶେଷ କରି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି ଇଣ୍ଡି ମେଣ୍ଟ ଏବଂ ବିଶେଷ କରି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମୋରାଦାବାଦରେ ଏକ ରାଲି ସମୟରେ ହାଇଦ୍ରାବାଦ ଲୋକସଭା ସାଂସଦ କହିଛନ୍ତି, ସେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଅୱେସି କହିଛନ୍ତି, ଉତ୍ତରପ୍ରଦେଶରେ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସୁ ବୋଲି ସେ ଚାହାନ୍ତିନି। ସେଥିପାଇଁ ସେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଚାହିଛନ୍ତି। କିନ୍ତୁ ଏଆଇଏମ୍ଆଇଏମ୍ ସହ ମେଣ୍ଟ କରିବା ଅଖିଳେଶଙ୍କ ପାଇଁ ସହଜ ହେବ ନାହିଁ।
କାରଣ ଏହି ପଦକ୍ଷେପ ଉତ୍ତରପ୍ରଦେଶରେ ଅୱେସିଙ୍କ ଦଳକୁ କେବଳ ଅଧିକ ମଜବୁତ କରିବ। ତେବେ ଅୱେସି କହିଛନ୍ତି, ମୁଁ ଏହା ପୂର୍ବରୁ କହିଥିଲି ଏବଂ ଆଜି ପୁଣିଥରେ କହୁଛି। ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ କରିବା ପାଇଁ ଆମେ ଚାହୁନୁ। ଆମେ ହାତ ବଢ଼ାଇବା ପାଇଁ ଏବଂ ମେଣ୍ଟ କରିବା ପାଇଁ ରାଜି ଅଛୁ। ଏବେ କଥାବାର୍ତ୍ତା କରିବାର ସମୟ ଆସିଛି। ନିର୍ବାଚନ ପରେ କାନ୍ଦ ନାହିଁ। ଅୱେସି କହିଛନ୍ତି, ଏଆଇଏମ୍ଆଇଏମ୍ର ଲଢ଼େଇ କୌଣସି ଧର୍ମ ବିରୋଧରେ ନୁହେଁ। ଆମର ଲଢ଼େଇ ଆମ ସମ୍ମାନ ପାଇଁ। ଆମର ଲଢ଼େଇ ନ୍ୟାୟ ପାଇଁ। ଆମେ ଏବେ ସମାନତା ଚାହୁ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




