ରାଜ୍ୟ

Cyclone: ସ୍ଥାନାନ୍ତର ୧୭୨ ଗର୍ଭବତୀଙ୍କ ମଧ୍ୟରୁ ୪୫ ମହିଳାଙ୍କ ପ୍ରସବ

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ...

ନବରଙ୍ଗପୁର (ସୁରେଶ ନାଇଡୁ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ। ଏହି ବୈଠକରେ ସାଂସଦ ଇଂ. ବଳଭଦ୍ର ମାଝୀ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁର ବିଧାୟକ ମନୋହର ରନ୍ଧାରୀ, ନିଯୁକ୍ତ ଅଧିକାରୀ ଡ. ମହେଶ୍ୱର ସ୍ୱାଇଁ , ଜିଲ୍ଲାପାଳ ମଧୁମିତା, ଏସପି ପାର୍ଥ କାଶ୍ୟପ, ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାପାଳ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଜିଲ୍ଲାର ନବରଙ୍ଗପୁର ବ୍ଲକରୁ ୫୫୦, ତେନ୍ତୁଳିଖୁଣ୍ଟି ୨୩, କୋଷାଗୁମୁଡା ବ୍ଲକରୁ ୩୨୬୪,ପାପାଡାହାଣ୍ଡି ୧୫୦, ନବରଙ୍ଗପୁର ପୌରପାଳିକାରୁ ୧୩୦ ଓ ଉମରକୋଟ ପୌରପାଳିକାରୁ ୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩୨୦ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୨ଜଣଙ୍କୁ ମାଁଗୃହ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରୁ ୪୫ଜଣ ମହିଳା ପ୍ରସବ କରିବା ସହ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।

ଜିଲ୍ଲାର ବାତ୍ୟାକୁ ପରିଚାଳନା ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କାର ଅନୁଦାନ ପ୍ରାରମ୍ଭିକ ଭାବେ ଦେଇଛନ୍ତି। ୧୦ଟି ସ୍ଥାୟୀ ଓ୧୨୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସବୁକୁ ରଖାଯିବାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ, ଜିଲ୍ଲାପାଳ ଓନୋଡାଲ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପଲିଥିନ୍ ଦେବାରେ ଗତ ଥର କରାଯାଇଥିବା ଅବହେଳାକୁ ନ ଦୋହାରାଇବାକୁ ବିଧାୟକ ଓସାଂସଦ ଗୁରୁତ୍ବାରୋପ କରିଥିଲେ। ରାଜ୍ୟ ସରକାରଙ୍କ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟକୁ ସାକାର କରିବା ପାଇଁ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ମନ୍ତ୍ରୀ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଆଶ୍ରୟସ୍ଥଳୀ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ସୁବିଧାସୁଯୋଗ, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାର ସମୀକ୍ଷା ନିମନ୍ତେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେରିତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ , ଓ ସାଧାରଣ  ଆଜି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ତଦାରଖ କରି ଅଭାବ ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ସେହିପରି ସାନମସିଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ତଦାରଖ କରିବା ସହ  ଆସୁଥିବା ରୋଗୀମାନଙ୍କୁ ସମୟୋପଯୋଗୀ, ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଆବଶ୍ୟକ ସୁବିଧାଗୁଡ଼ିକୁ ସୁଚାରୁ ଭାବେ ରକ୍ଷଣାବେକ୍ଷଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାରର ଆଜି ବି ଦୁଇଟି ଗେଟ ଖୋଲା ରହିଥିବା ବେଳେ ଏଥିରୁ ୧୩୦.୯୧୪କ୍ୟୁମେକ୍ସ ପାଣି ଛଡାଯାଇଛି।ସେଭଳି ବିଦ୍ୟୁତ ଉତ୍ପାଦନ ୬୦୦.୮୭୫ମେଘାୱାଟ୍ ଘଣ୍ଟା ଉତ୍ପାଦନ ହେଉଛି । ମନ୍ତ୍ରୀ ସହ ସାଂସଦ ଓ ବିଧାୟକ ଜଳଭଣ୍ଡାରକୁ ଗସ୍ତ କରି ଜଳରସ୍ତରକୁ ଯାଂଚ କରିବା ସହ  ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button