ରାଜ୍ୟ

Kotia: କୋଟିଆକୁ ନେଇ ମାନସ ମନ୍ଥନ

କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି। ଏହାକୁ ନେଇ ଓଡ଼ିଶାରେ ରାଜନୀତି ସରଗରମ ହୋଇଛି। ଗତ ବର୍ଷ ମେ’ ମାସରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର କାର୍ଯ୍ୟକାରିତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ।

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି। ଏହାକୁ ନେଇ ଓଡ଼ିଶାରେ ରାଜନୀତି ସରଗରମ ହୋଇଛି। ଗତ ବର୍ଷ ମେ’ ମାସରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର କାର୍ଯ୍ୟକାରିତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଆଜି ସେହି କମିଟିର ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ‌କୋଟିଆର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କହିଥିଲେ। ତେଣୁ କୋଟିଆର ଜନସାଧାରଣଙ୍କ ପ୍ରତିଟି ସ୍ବାର୍ଥ ରକ୍ଷା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ। ସୁପ୍ରିମକୋର୍ଟଙ୍କ ନିଷେଧାଦେଶକୁ ଅବମାନନା କରି କୋଟିଆରେ ନିର୍ବାଚନ କରାଇବା ପରି କାର୍ଯ୍ୟରୁ ଆନ୍ଧ୍ରପ୍ରଦେଶ କ୍ଷାନ୍ତ ରହିବା ଉଚିତ। ଏପରି ନିର୍ବାଚନ କରାଇବା ସମ୍ବିଧାନର ଉଲ୍ଲଂଘନ। ଆନ୍ଧ୍ର ତା’ର ତ୍ରୁଟିକୁ ବୁଝିପାରି ନିଜକୁ ସଂଶୋଧନ କରିବ ବୋଲି ଆଶା ରହିଛି। ଓଡ଼ିଶାର ଅସ୍ମିତା ତଥା ଅଭିମାନ କୋଟିଆ ଗ୍ରାମପୁଞ୍ଜର ସ୍ବାର୍ଥ ରକ୍ଷା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ।

କୋଟିଆ ଓଡ଼ିଶାର ଅସ୍ମିତା ଓ ଅଭିମାନ: ମନ୍ତ୍ରୀ

ବୈଠକରେ କୋଟିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ବିଗତ ଦୁଇ ବର୍ଷରେ କୋଟିଆର ବିକାଶ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ ଆବାସ ଯୋଜନାରେ ୯୨୧ ବାସଗୃହ ପ୍ରଦାନ କରାଯାଇଥିଲା ବେଳେ ବେଳେ ୬୪୧ ଘର କାମ ଇତିମଧ୍ୟରେ ଶେଷ ହୋଇଛି। କୋଟିଆରେ ୨୦୭୦ ରାସନ କାର୍ଡ ବଣ୍ଟନ ହୋଇଥିବା ବେଳେ ମନେରେଗା ଏବଂ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ ତୃଣମୂଳ ସ୍ତରରେ ପହଞ୍ଚିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୪୧ କୋଟି ଟଙ୍କା ଖର୍ଚ୍ଚ ହୋଇ ୪୧ କିମି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ସ୍ୱାସ୍ଥ୍ୟ ବିଭାଗରେ ଉଲ୍ଲେଖନୀୟ ଭାବେ ଓପିଡି ରୋଗୀ ସଂଖ୍ୟା ବୃଦ୍ଧି ହୋଇ କେବଳ ୨୦୨୫-୨୬ ବର୍ଷରେ ୧୧୮୬୨ରେ ପହଞ୍ଚିଛି। ୭.୧୯କୋଟି ଟଙ୍କାର ସୋଲାର ବିଦ୍ୟୁତ୍ ପ୍ଲାନ୍‌ର ବ୍ୟବସ୍ଥା ମଧ୍ୟ ହୋଇଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଆଗକୁ ବଢୁଛି। ୧୦୯୮ ଜଣ ହିତାଧିକରୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ପାଇପ ପାଣି, ନଳକୂପ ବ୍ୟବସ୍ଥା ହୋଇଛି। ଦେଓମାଳୀରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ ଟୁରିଜିମ ହବ୍ ପ୍ରକଳ୍ପ ଅଧୀନରେ ୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ୨୪୯୯ଟି ପଟ୍ଟାରେ ୩୨୩୯ ଏକର ଜମି ବନ୍ଦୋବସ୍ତ ହୋଇଛି। କୋଟିଆରେ ସାମାଜିକ ଓ ସାଂସ୍କୃତିକ ସମୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି। କୋଟିଆ ବିକାଶ ପାଇଁ ଆଗାମୀ ଦିନର ସ୍ଥାନୀୟ ବାସିନ୍ଦାଙ୍କୁ ନେ଼ଇ ସହଭାଗିତା କମିଟି ଗଠନ କରାଯିବା ସହ କୋଟିଆବାସୀଙ୍କ ସମସ୍ତ ଦାବିକୁ ବିଚାର କରାଯାଇ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button