ରାଜ୍ୟ

Death: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଢେଙ୍କାନାଳ ପର୍ଜଙ୍ଗ ଥାନା ବାରିହାପୁର ନିକଟରେ NH-53 ଉପରେ ଅଜଣା ଗାଡ଼ି ଧକ୍କାରେ ୪୬ ବର୍ଷୀୟ ଧାବା ମିସ୍ତ୍ରୀ ଅକ୍ଷୟ ସାହୁଙ୍କ ମୃତ୍ୟୁ। ଦୁର୍ଘଟଣାକୁ ନେଇ ତଦନ୍ତ ଜାରି।

ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳ ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁରଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରୁ ଅଳ୍ପ ଦୂରରେ, ଆଜି ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି l ଖବର ନେବାରେ ଜଣାପଡ଼ିଛି ଏହି ଥାନା ବାରିହାପୁର ଗ୍ରାମର ରଘୁନାଥ ସାହୁଙ୍କ ପୁଅ ଅକ୍ଷୟ ସାହୁ (୪୬) ଜଣେ ଢ଼ାବା ମିସ୍ତ୍ରୀ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି

ସେ ଆଦର୍ଶ ବିଦ୍ୟାଳୟର ଅଳ୍ପ ଦୂରରେ ଥିବା ବଡ଼ଝରା ପାଖକୁ  ଥିବା ଢ଼ାବା ଆଡକୁ ଭୋର ସମୟରେ ଚାଲି ଚାଲି ଯାଉଥିବା ବେଳେ, ଅଜଣା ଗାଡ଼ି ଧକ୍କା ରେ ଶରୀର ସମ୍ପୂର୍ଣ୍ଣ ଛିନଭିନ ହୋଇଯାଇଛି l ସକାଳୁ ସକାଳୁ ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button