ଦେଶ ବିଦେଶ
Deepak Dhar: ୨୦୨୬ ପାଇଁ ଡିରାକ୍ ମେଡାଲ ଜିତିଲେ ପ୍ରଫେସର ଦୀପକ ଧର୍
ଆଇଆଇଏନ୍ଏସ୍ଏର ଜଣେ ବିଶିଷ୍ଟ ପ୍ରଫେସର ଓ ଭାରତର ସବୁଠାରୁ ସମ୍ମାନିତ ପଦାର୍ଥବିଜ୍ଞାନୀ ଦୀପକ ଧରଙ୍କୁ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟାଲ୍ ଫିଜିକ୍ସ (ଆଇସିଟିପି) ଦ୍ୱାରା ୨୦୨୬ ପାଇଁ ଡିରାକ୍ ମେଡାଲ ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀ: ଆଇଆଇଏନ୍ଏସ୍ଏର ଜଣେ ବିଶିଷ୍ଟ ପ୍ରଫେସର ଓ ଭାରତର ସବୁଠାରୁ ସମ୍ମାନିତ ପଦାର୍ଥବିଜ୍ଞାନୀ ଦୀପକ ଧରଙ୍କୁ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟାଲ୍ ଫିଜିକ୍ସ (ଆଇସିଟିପି) ଦ୍ୱାରା ୨୦୨୬ ପାଇଁ ଡିରାକ୍ ମେଡାଲ ପ୍ରଦାନ କରାଯାଇଛି। ଡିରାକ୍ ମେଡାଲକୁ ପଦାର୍ଥ ବିଜ୍ଞାନ କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ମଧ୍ୟରେ ବିବେଚିତ କରାଯାଏ। ୧୯୮୫ ମସିହାରେ ପ୍ରତିଷ୍ଠିତ ଏହି ପୁରସ୍କାର ଦଶନ୍ଧି ଧରି ଥିଓରିଟିକାଲ ଫିଜିକ୍ସରେ ଷ୍ଟିଫେନ ହକିଙ୍ଗସ୍ ସମେତ କିଛି ବଡ଼ ନାମ ସହିତ ଜଡିତ ହୋଇଆସୁଛି। ଚଳିତ ବର୍ଷ ଷ୍ଟାଟିଷ୍ଟିକାଲ ମେକାନିକ୍ସରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ମନୋନୀତ ଚାରି ଜଣ ପଦାର୍ଥ ବିଜ୍ଞାନୀଙ୍କ ମଧ୍ୟରେ ଧର୍ ଅନ୍ୟତମ। ବିଶିଷ୍ଟ ବୈଜ୍ଞାନିକ ପଲ୍ ଡିରାକ୍ଙ୍କ ସମ୍ମାନରେ ପ୍ରତିବର୍ଷ ଅଗଷ୍ଟ ୮ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଉଛି।
ସୌଜନ୍ୟ ସମ୍ବାଦ




