DFO transfer ଡିଏଫ୍‌ଓ ସ୍ତରରେ ଅଦଳବଦଳ

ଭୁବନେଶ୍ବର: : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଓଡ଼ିଶା ବନ ସେବା(ଓଏଫ୍‌ଏସ୍‌) ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି।
ଆଜି ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର ସିଟି ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ବିଶ୍ୱରାଜ ପଣ୍ଡାଙ୍କୁ ସୁବର୍ଣ୍ଣପୁର ବନଖଣ୍ଡର ଡିଏଫ୍‌ଓ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବ୍ରହ୍ମପୁର ସର୍କଲର ଆରସିସିଏଫ୍‌ କାର୍ଯ୍ୟାଳୟର ଆଦିତ୍ୟ ନାରାୟଣ ସେଠୀଙ୍କୁ ଭୁବନେଶ୍ୱର ସିଟି ବନଖଣ୍ଡର ଡିଏଫ୍‌ଓ ଭାବେ ଦାୟିତ୍ୱ ଦିଆଯାଇଛି।

ରାଉରକେଲାର ପୂର୍ବତନ ଡିଏଫ୍‌ଓ ଯଶବନ୍ତ ସେଠୀଙ୍କୁ ବଣାଇ ବନଖଣ୍ଡର ଡିଏଫ୍‌ଓ ଓ ପ୍ରଭାକର ସେନାପତିଙ୍କୁ ଫୁଲବାଣୀ(କେନ୍ଦୁପତ୍ର) ବନଖଣ୍ଡର ଡିଏଫ୍‌ଓ ଭାବେ ଅବସ୍ଥାପିତ କରାଯାଇଛି। ଅଜୟ କୁମାର ସାହୁଙ୍କୁ କରଞ୍ଜିଆ ବନଖଣ୍ଡର ଡିଏଫ୍‌ଓ ଓ ଶୁଭେନ୍ଦୁ କୁମାର ବେହେରାଙ୍କୁ ବଲାଙ୍ଗୀର(କେନ୍ଦୁପତ୍ର) ବନଖଣ୍ଡର ଡିଏଫ୍‌ଓ ଭାବେ ନିଯୁକ୍ତି ମିଳିଛି।

ରାୟଗଡ଼ାର ସିଲଭିକ୍‌ଲଚରିଷ୍ଟ ଅରୁଣ କୁମାର ବିଶ୍ୱାଳଙ୍କୁ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓ ଏବଂ ତାଙ୍କ ସ୍ଥାନରେ କୋରାପୁଟ ବନଖଣ୍ଡର ପୂର୍ବତନ ଡିଏଫ୍‌ଓ କେ ଭି ଭାସ୍କର ରାଓ ରାୟଗଡ଼ାର ନୂଆ ସିଲଭିକ୍‌ଲଚରିଷ୍ଟ ଭାବେ ବଦଳି କରାଯାଇଛି। ସେହିପରି ପ୍ରତାପ ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଡେପୁଟି ସିଏଫ୍‌, ସସ୍ମିତା ଲେଙ୍କାଙ୍କୁ ଓଏଫ୍‌ଡିସିର ଡିଏମ୍‌, ଜିତେନ୍ଦ୍ର ବେହେରାଙ୍କୁ ପିସିସିଏଫ୍‌ ଅଫିସ୍‌ର ଡେପୁଟି ସିଏଫ୍‌, ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ପିସିସିଏଫ୍‌ କାର୍ଯ୍ୟାଳୟର ‌ଡେପୁଟି ସିଏଫ୍‌ ଭାବେ ବଦଳି ହୋଇଛନ୍ତି।

 

 

ସୌଜନ୍ୟ ସମ୍ବାଦ