ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ପୂର୍ବ ସରକାର ୫ଟି ଅଧୀନରେ ହବାକ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ୍ ସ୍କୁଲରେ ପରିଣତ କରି ତାର ସୌନ୍ଦର୍ଯ୍ୟୀକରଣ କରିବା ସହ ଛାତ୍ରଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ ବ୍ୟବସ୍ଥା କରିଥିଲେ। ହବାକ ଉଚ୍ଚ ବିଦ୍ୟାଳୟ ବହୁ ପୁରାତନ ଅନୁଷ୍ଠାନ ଏବଂ ବର୍ତ୍ତମାନ ସରକାରଙ୍କ ପିଏମଶ୍ରୀ ସ୍କୁଲ ଭାବେ ପରିଗଣିତ। ଏହା ଅତ୍ୟନ୍ତ ସ୍ବାଗତ ଓ ପ୍ରଶଂସା ଯୋଗ୍ୟ।
ଦୁର୍ଭାଗ୍ୟର ବିଷୟ ସ୍କୁଲ ରେ ବହୁ ପୁରୁଣା କ୍ଲାସ ରୁମ ଗୁଡ଼ିକ ରହିଛି ଏବଂ ପଛ ପଟ ଟିଣ ପଡ଼ିଛି ଯାହା ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ। ସ୍କୁଲ ଟିକୁ ଦେଖିଲେ ଲାଗୁନି ଏହା ପିଏମଶ୍ରୀ ବିଦ୍ୟାଳୟର ବିକାଶର ଚିତ୍ର, ଏହା କେବଳ ରଙ୍ଗ ମାରି ସୁନ୍ଦର କରାହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଖାଲି ଥିବା ଶିକ୍ଷକ ପଦବି ଗୁଡ଼ିକ ପୂରଣ କରିବାକୁ ଦାବି ହୋଇଛି ତା ସହ ଆଜବେଷ୍ଟ ଟିଣ ଭାଙ୍ଗିଯାଇଥିବା ବେଳେ ବର୍ଷା ହେଲେ ପାଣି ଗଳୁଛି ସେହି ରୁମ ଗୁଡ଼ିକୁ ପୁନଃ ନିର୍ମାଣ କରି ଛାତ ପକେଇବା ପାଇଁ ଦାବୀ ହୋଇଛି।
ଏବେ ମଧ୍ୟ ବିଦ୍ୟାଳୟ ପଛ ପଟ ରୁମ ଗୁଡ଼ିକ ଟିଣ ଛପର ରହିଛି ଦେଖିଲେ ଲାଗୁନି ଯେ ଏହା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ। ବିଦ୍ୟାଳୟ ର ଖେଳ ପଡ଼ିଆରେ ଲଟା ବୁଦା ଭର୍ତ୍ତି ହୋଇଛି ଯେଉଁଠି ବିଷଧର ସାପ ରହୁଥିବା ବେଳେ କେତେବେଳେ ଯେ ପିଲାମାନେ ଖେଳୁଥିବା ସମୟରେ କାହାକୁ ଆଘାତ କରିବ କିଛି କହି ହେବ ନାହିଁ। ବହୁ ପୁରୁଣା କ୍ଲାସ ରୁମ ଗୁଡ଼ିକ ବହୁ ପୁରୁଣା ହୋଇଥିବା ବେଳେ କେତେବେଳେ ଭୁଶୁଡ଼ି ଯିବାର ସମ୍ଭାବନା ରହିଛି। ସ୍କୁଲ ପରିସର ସଫାସୁତୁରା ରଖିବା ସହ ବିଦ୍ୟାର୍ଥୀ ଙ୍କ ପାଇଁ ନୁଆଁ କ୍ଲାସ ରୁମ ନିର୍ମାଣ ନିମନ୍ତେ ଅଭିଭାବକ ମହଲରେ ଦାବୀ ହୋଇଛି।
ସୌଜନ୍ୟ ସମ୍ବାଦ

