ଦେଶ ବିଦେଶ

Dharmendra Meets Speaker: ବାଚସ୍ପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନିଟ୍‌ ପେପର୍‌ ଲିକ୍‌ ପ୍ରସଙ୍ଗରେ ସରକାର ଆଜି ଲୋକସଭାରେ ଆ‌ଲୋଚନା ପାଇଁ ରାଜି ହୋଇଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନାନୁଯାୟୀ ସରକାର ଲୋକସଭାରେ ନିଟ୍‌ ପେପର୍‌ ଲିକ୍‌...

ନୂଆଦିଲ୍ଲୀ: ନିଟ୍‌ ପେପର୍‌ ଲିକ୍‌ ପ୍ରସଙ୍ଗରେ ସରକାର ଆଜି ଲୋକସଭାରେ ଆ‌ଲୋଚନା ପାଇଁ ରାଜି ହୋଇଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନାନୁଯାୟୀ ସରକାର ଲୋକସଭାରେ ନିଟ୍‌ ପେପର୍‌ ଲିକ୍‌ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିବାପରେ ପ୍ରଧାନ ସଂସଦରେ ବାଚସ୍ପତି ବିର୍ଲାଙ୍କୁ ଭେଟିଥିଲେ।

ବିତର୍କ ପାଇଁ ତାରିଖ, ସମୟ ସ୍ଥିର କରିବା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିବାକୁ ସରକାର ବାଚସ୍ପତି ବିର୍ଲାଙ୍କୁ ଅନୁରୋଧ କରିଛନ୍ତି। ଆଜି ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଏନେଇ ସରକାରଙ୍କ ସ୍ଥିତି ସ୍ପଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସ ନେତା କେସି ବେଣୁଗୋପାଳ ଏହାପରେ କହିଥିଲେ ଯେ ବିରୋଧୀମାନେ ମଧ୍ୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button