ଦେଶ ବିଦେଶ
Divya Mittal: ରାଜନୀତି, କୋଚିଂ ଅଥବା ବିଦେଶ ଯାତ୍ରା? ପୂର୍ବତନ ଜିଲ୍ଲାପାଳଙ୍କ ନୂଆ ପୋଷ୍ଟ ବଢ଼ାଇଲା ଦ୍ବନ୍ଦ୍ବ
ଉତ୍ତର ପ୍ରଦେଶର ପୂର୍ବତନ ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଶାସନିକ ସେବାରୁ ଇସ୍ତଫା ଦେଲା ପରେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଆଗାମୀ ପଦକ୍ଷେପ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଶାସନିକ ସେବାରୁ ଇସ୍ତଫା ଦେଲା ପରେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଆଗାମୀ ପଦକ୍ଷେପ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିବ୍ୟା ମିତ୍ତଲ ପୋଷ୍ଟରେ ଲେଖିଛନ୍ତି, ମୋତେ ଆଗକୁ କ’ଣ କରିବାକୁ ହେବ? ଏଥି ସହିତ କିଛି ସମ୍ଭାବିତ ରାସ୍ତା ସଂପର୍କରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେପ୍ଟେମ୍ବର ୩୦ ତାରିଖ ସକାଳ ସାଢ଼େ ୮ଟାରେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିବେ।
ଦିବ୍ୟା ମିତ୍ତଲ ନିଜର ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ତାଙ୍କର ୩ଟି ସୋସିଆଲ ମିଡିଆ ଆକାଉଣ୍ଟରେ ମୋଟ ୭.୫୫ ଲକ୍ଷ ଅନୁଗାମୀ ଅଛନ୍ତି। ଇନ୍ଷ୍ଟାଗ୍ରାମରେ କେବଳ ୩.୬୯ ଲକ୍ଷ, ଏକ୍ସରେ ପାଖାପାଖି ୨.୩୩ ଲକ୍ଷ ଏବଂ ଫେସ୍ବୁକ୍ରେ ପାଖାପାଖି ୧.୫୩ ଲକ୍ଷ ଫଲୋଅର୍ସ ଅଛନ୍ତି।
ସୌଜନ୍ୟ ସମ୍ବାଦ




