ଦେଶ ବିଦେଶ

Murder: ପାକିସ୍ତାନରେ ୭୩ ବେଲୁଚିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା

ପାକିସ୍ତାନ ସୁରକ୍ଷା ବାହିନୀ ଗତ କିଛି ଦିନ ମଧ୍ୟରେ ୭୩ ଜଣ ବେଲୁଚିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ପାକିସ୍ତାନ ସେନାର ମିଡିଆ ଶାଖା ଇଣ୍ଟର-ସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସ୍‌ପିଆର୍‌) କହିଛି ଯେ, ଗତ ୯୬ ଘଣ୍ଟା ମଧ୍ୟରେ କ୍ବେଏଟା, ଜିଆରତ୍‌, ନୋସ୍କି...

କରାଚୀ: ପାକିସ୍ତାନ ସୁରକ୍ଷା ବାହିନୀ ଗତ କିଛି ଦିନ ମଧ୍ୟରେ ୭୩ ଜଣ ବେଲୁଚିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ପାକିସ୍ତାନ ସେନାର ମିଡିଆ ଶାଖା ଇଣ୍ଟର-ସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସ୍‌ପିଆର୍‌) କହିଛି ଯେ, ଗତ ୯୬ ଘଣ୍ଟା ମଧ୍ୟରେ କ୍ବେଏଟା, ଜିଆରତ୍‌, ନୋସ୍କି ଓ ତୁମ୍ପ ଜିଲ୍ଲାର ମନ୍ଦ ଅଞ୍ଚଳରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

ଆଇଏସ୍‌ପିଆର୍‌ କହିଛି ଯେ, କ୍ବେଏଟାର ଶାହବାନ୍‌ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ଜବତ ହୋଇଛି।

୨୧ ସେ‌ପ୍ଟେମ୍ବରରେ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ଗତ ୭୨ ଘଣ୍ଟା ଭିତରେ ଅଧିକ ବ୍ୟାପକ କରାଯାଇଥିବାବେଳେ ୨୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ନୋସ୍କିରେ ଅନ୍ୟ ଏକ ଅପରେସନରେ ୧୧ ଆତଙ୍କବାଦୀ ନିହତ ହୋଇଛନ୍ତି। ମନ୍ଦରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅନ୍ୟ ଏକ ଘଟଣାରେ ଦୁକି ଜିଲ୍ଲାରେ ଅଜଣା ବନ୍ଧୁକଧାରୀ ଏକ ନିର୍ମାଣ ସ୍ଥଳ ଉପରେ ଆକ୍ରମଣ କରି ୧୨ ଜଣ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button