Bag: ବସା ଆକୃତିର ବ୍ୟାଗ୍, ଦାମ୍ ୫.୬ ଲକ୍ଷ ଟଙ୍କା
ବ୍ୟାଗ୍ ତ ଅନେକ ଦେଖିଥିବେ। ହେଲେ ବରଫ ଆଚ୍ଛାଦିତ ଛୋଟ ପାହାଡ଼ିଆ ବସା ଭଳି ଦିଶୁଥିବା ବ୍ୟାଗ୍ କେବେ ଦେଖିଛନ୍ତି କି? ପ୍ରସିଦ୍ଧ ଫ୍ୟାସନ୍ ବ୍ରାଣ୍ଡ୍ ଲୁଇ ଭୁଟନ୍ ଏମିତି ଏକ ନିଆରା ବ୍ୟାଗ୍ ତିଆରି କରିଛି।

ବ୍ୟାଗ୍ ତ ଅନେକ ଦେଖିଥିବେ। ହେଲେ ବରଫ ଆଚ୍ଛାଦିତ ଛୋଟ ପାହାଡ଼ିଆ ବସା ଭଳି ଦିଶୁଥିବା ବ୍ୟାଗ୍ କେବେ ଦେଖିଛନ୍ତି କି? ପ୍ରସିଦ୍ଧ ଫ୍ୟାସନ୍ ବ୍ରାଣ୍ଡ୍ ଲୁଇ ଭୁଟନ୍ ଏମିତି ଏକ ନିଆରା ବ୍ୟାଗ୍ ତିଆରି କରିଛି। ଏହାର ନାଁ ହେଉଛି ‘ଏଲ୍ଭି ଲଜ୍’। ଦାମ୍ ରହିଛି ୫,୯୫୦ ଡଲାର୍ ବା ଭାରତୀୟ ମୁଦ୍ରାରେ ପ୍ରାୟ ୫.୬ ଲକ୍ଷ ଟଙ୍କା।
ବ୍ୟାଗ୍ଟି ଦେଖିବାକୁ ଆଲ୍ପ୍ସ ପର୍ବତରେ ଥିବା ବରଫରେ ଘୋଡ଼େଇ ହୋଇଥିବା ଛୋଟ ଘର ଭଳି। ଏଥିରେ ଘରର ଝରକା, ଚିମିନି ଓ ବରଫ ପଡ଼ିଥିବା ଛାତ ଭଳି ଡିଜାଇନ୍ ରହିଛି। ଏହାର ଛାତ ଖୋଲିଲେ ଭିତରେ ଛୋଟ ଛୋଟ ଜିନିଷ ରଖିହେବ। ଲୁଇ ଭୁଟନ୍ର ଶୀତକାଳୀନ ପୋଷାକ ଓ ଜିନିଷପତ୍ର ସଂଗ୍ରହର ଏକ ଅଂଶ ହେଉଛି ଏହି ବ୍ୟାଗ୍। ଏହାକୁ ଚମଡ଼ା ଓ ଅନ୍ୟାନ୍ୟ କପଡ଼ାରେ ତିଆରି କରାଯାଇଛି ଏବଂ ଏଥିରେ ସୁନା ରଙ୍ଗର ଧାତବ ଅଂଶ ବ୍ୟବହାର ହୋଇଛି। ଏଥିରେ ମୋଟ୍ ୬୫ଟି ଛୋଟ ଛୋଟ ଅଂଶ ରହିଛି। ଏହି ବ୍ୟାଗ୍ର ଲମ୍ବ ୧୭ ସେଣ୍ଟିମିଟର, ଚଉଡ଼ା ୨୦ ସେଣ୍ଟିମିଟର୍ ଓ ମୋଟେଇ ୮ ସେଣ୍ଟିମିଟର୍। ଏଥିରେ ମୋବାଇଲ୍, କାର୍ଡ ଓ ଲିପ୍ଷ୍ଟିକ୍ ଭଳି ଛୋଟ ଜିନିଷ ରଖିହେବ। ଏହାକୁ କାନ୍ଧରେ ପକାଇବା ପାଇଁ ଚେନ୍ ଓ ହାତରେ ଧରିବା ପାଇଁ ଷ୍ଟ୍ରାପ୍ ଲାଗିଛି।
ସୌଜନ୍ୟ ସମ୍ବାଦ




