Dollar: ଟଙ୍କା ୯୪ ପାର୍‌: ୨୮ ଦିନରେ ୪% ଦୁର୍ବଳ, ଚଳିତବର୍ଷ ୧୧%କମିଛି

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ନୂଆ ରେକର୍ଡ କରିଛି। ୧ ଡଲାର ମୂଲ୍ୟ ୯୪ ଟଙ୍କା ପାର୍‌ କରି ୯୪.୮୧୨୫ ସ୍ତରରେ ବନ୍ଦ ହୋଇଛି। ଆଜି କାରବାର ମଧ୍ୟରେ ସର୍ବକାଳୀନ ସର୍ବନିମ୍ନ ଅର୍ଥାତ୍‌ ୯୪ ଟଙ୍କା ୮୪ ପଇସା ସ୍ତରକୁ ଟଙ୍କା ଚାଲିଯାଇଥିଲା।

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ନୂଆ ରେକର୍ଡ କରିଛି। ୧ ଡଲାର ମୂଲ୍ୟ ୯୪ ଟଙ୍କା ପାର୍‌ କରି ୯୪.୮୧୨୫ ସ୍ତରରେ ବନ୍ଦ ହୋଇଛି। ଆଜି କାରବାର ମଧ୍ୟରେ ସର୍ବକାଳୀନ ସର୍ବନିମ୍ନ ଅର୍ଥାତ୍‌ ୯୪ ଟଙ୍କା ୮୪ ପଇସା ସ୍ତରକୁ ଟଙ୍କା ଚାଲିଯାଇଥିଲା। ଚଳିତ ଆର୍ଥିକବର୍ଷରେ ଟଙ୍କା ମୂଲ୍ୟ ଡଲାର ତୁଳନାରେ ୧୧ ପ୍ରତିଶତ କମିଗଲାଣି। ଗତ ପ୍ରାୟ ୧ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କୌଣସି ବର୍ଷ ଟଙ୍କା ମୂଲ୍ୟରେ ଏତେ ହ୍ରାସ କେବେ ଦେଖାଯାଇ ନଥିଲା। ଏହା ପୂର୍ବରୁ ୨୦୧୧-୧୨‌ ବର୍ଷରେ ଟଙ୍କା ମୂଲ୍ୟ ୧୪ ପ୍ରତିଶତ କମିଯାଇଥିଲା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଫେବ୍ରୁଆରି ୨୮ ତାରିଖରୁ ଆରମ୍ଭ ହୋଇଛି। ଦିନକୁ ଦିନ ଯୁଦ୍ଧ ଜଟିଳ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନରୁ ବର୍ତ୍ତମାନ ମଧ୍ୟରେ ଭାରତୀୟ ମୁଦ୍ରା ମୂଲ୍ୟ ଡଲାର ତୁଳନାରେ ପାଖାପାଖି ୪ ପ୍ରତିଶତ ଦୁର୍ବଳ ହୋଇଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଅନ୍ୟ କେତେକ ଦେଶରେ ଗୁରୁତର ତୈଳ ଓ ଗ୍ୟାସ୍‌ ସଂକଟ ଦେଖାଦେଇଛି। ଭାରତ ବି ଏଥିରୁ ବାଦ୍‌ ପଡ଼ିନାହିଁ। ହର୍ମୁଜ ପ୍ରଣାଳୀକୁ ଇରାନ କବଜା କରି ରଖିଥିବାରୁ ଅଶୋଧିତ ତୈଳ ବିଶ୍ବ ବଜାରକୁ ଆସିବାରେ ଅସୁବିଧା ଦେଖାଦେଇଛି। ହର୍ମୁଜ ପ୍ରଣାଳୀ ଦେଇ ବିଶ୍ବର ୨୦ପ୍ରତିଶତ ଅଶୋଧିତ ତେଲ ବଜାରକୁ ଆସିଥାଏ। ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ୍‌ ପିଛା ୧୧୦ ଡଲାର ଭଳି ସ୍ତରରେ କାରବାର ହେଉଛି। ଅଶୋଧିତ ତେଲ ଦରବୃଦ୍ଧି ଭାରତରେ ଦରଦାମକୁ ବଢ଼ାଇବା ସହିତ ସରକାରଙ୍କ ବିତ୍ତୀୟ ନିଅଣ୍ଟ ଉପରେ ଚାପ ପକାଇଛି। ଏସବୁ କାରଣରୁ ଟଙ୍କା ଦୁର୍ବଳ ହୋଇଛି।

 

 

ସୌଜନ୍ୟ ସମ୍ବାଦ

Exit mobile version