Donald Trump: ପ୍ରିୟ ଗାୟକଙ୍କ ପତ୍ନୀଙ୍କୁ ରାଷ୍ଟ୍ରଦୂତ ଭାବେ ମନୋନୀତ କଲେ ଟ୍ରମ୍ପ: ସମ୍ଭାଳିବେ ବାରବାଡୋସ ଏବଂ ପୂର୍ବ କାରିବିଆନ ଦାୟିତ୍ବ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରିୟ ଏବଂ ପ୍ରସିଦ୍ଧ ଦେଶାତ୍ମବୋଧକ ଗୀତ ‘ଗଡ୍ ବ୍ଲେସ୍ ଦି ୟୁଏସଏ’ର ଗାୟକ ଲି ଗ୍ରୀନଉଡଙ୍କ ପତ୍ନୀ କିମ୍ବରଲି ଗ୍ରୀନଉଡଙ୍କୁ ବାରବାଡୋସ ଏବଂ ପୂର୍ବ କାରିବିଆନ ଦେଶଗୁଡିକରେ ଆମେରିକାର ରାଷ୍ଟ୍ରଦୂତ ପଦ ପାଇଁ ମନୋନୀତ କରିଛନ୍ତି।

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରିୟ ଏବଂ ପ୍ରସିଦ୍ଧ ଦେଶାତ୍ମବୋଧକ ଗୀତ ‘ଗଡ୍ ବ୍ଲେସ୍ ଦି ୟୁଏସଏ’ର ଗାୟକ ଲି ଗ୍ରୀନଉଡଙ୍କ ପତ୍ନୀ କିମ୍ବରଲି ଗ୍ରୀନଉଡଙ୍କୁ ବାରବାଡୋସ ଏବଂ ପୂର୍ବ କାରିବିଆନ ଦେଶଗୁଡିକରେ ଆମେରିକାର ରାଷ୍ଟ୍ରଦୂତ ପଦ ପାଇଁ ମନୋନୀତ କରିଛନ୍ତି। ଟ୍ରମ୍ପ ପ୍ରଶାସନ କିମ୍ବରଲିଙ୍କ ବ୍ୟତୀତ ଅନ୍ୟ ରାଷ୍ଟ୍ରଦୂତ ପଦ ପାଇଁ ବ୍ୟକ୍ତିଙ୍କ ତାଲିକା ଆମେରିକୀୟ ସିନେଟକୁ ପଠାଇଛି।କିମ୍ବରଲି ଗ୍ରୀନଉଡଙ୍କ ନିଯୁକ୍ତି ପାଇଁ ଏବେ ସେନେଟ ଅନୁମୋଦନ ଆବଶ୍ୟକ ହେବ। ଯଦି ଆମେରିକୀୟ ସେନେଟ ଦ୍ୱାରା ଅନୁମୋଦିତ ହୁଏ, ତେବେ କିମ୍ବରଲି ବାରବାଡୋସ ସହିତ ସେଣ୍ଟ କିଟ୍ସ ଏବଂ ନେଭିସ୍, ସେଣ୍ଟ ଲୁସିଆ, ଆଣ୍ଟିଗୁଆ ଏବଂ ବାରବୁଡା, ଡୋମିନିକା, ଗ୍ରେନାଡା ଏବଂ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନାଡାଇନ୍ସ ଭଳି କାରିବିଆନ୍ ଦେଶଗୁଡ଼ିକରେ ମଧ୍ୟ ଆମେରିକାର ରାଷ୍ଟ୍ରଦୂତ ଭାବରେ ଏକକାଳୀନ କାର୍ଯ୍ୟ କରିବେ। ତେବେ ଏହି ଅତିରିକ୍ତ ଦାୟିତ୍ୱ ପାଇଁ ସେ କୌଣସି ଅତିରିକ୍ତ ଦରମା ପାଇବେ ନାହିଁ। କିମ୍ବରଲି ଗ୍ରୀନଉଡ୍ ତାଙ୍କ ସ୍ୱାମୀ ଲି ଗ୍ରୀନଉଡ୍ ଏବଂ ଟ୍ରମ୍ପଙ୍କ ସହିତ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ରାଷ୍ଟ୍ରପତିଙ୍କ ମନୋନୟନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି, ମୋ ଉପରେ ବିଶ୍ୱାସ କରି ସେବା କରିବାର ଏହି ଅସାଧାରଣ ସୁଯୋଗ ପ୍ରଦାନ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




