ରାଜ୍ୟ
Pallahara: ସ୍କବ୍ ଟାଇଫସ୍ ଆତଙ୍କ: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଗାଁକୁ ଗାଁ ବ୍ୟାପୁଛି ରୋଗ
ପାଲଲହଡ଼ା ବ୍ଲକ୍ରେ ସ୍କବ୍ ଟାଇଫସ୍ ରୋଗକୁ ନେଇ ଭୟର ବାତାବରଣ। ଗାଁକୁ ଗାଁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ପାଲଲହଡ଼ା: ପାଲଲହଡ଼ା ବ୍ଲକ୍ରେ ସ୍କବ୍ ଟାଇଫସ୍ ରୋଗକୁ ନେଇ ଭୟର ବାତାବରଣ। ଗାଁକୁ ଗାଁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପାଲଲହଡ଼ା ବ୍ଲକ୍ର ରଜଡଙ୍ଗ ଗାଁରେ ସ୍କବ୍ ଟାଇଫସ୍ ଆତଙ୍କ ଦେଖାଦେଇଛି। ଗାଁରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ବ୍ୟାପିବାରେ ଲାଗିଛି ସ୍କବ୍ ଟାଇଫସ୍ ରୋଗ
ମୃତକ ହେଲେ ଉଷା ନାଏକ। ଏହି ମୃତ୍ୟୁ ପରେ ପାଲଲହଡ଼ା ଅଞ୍ଚଳରେ ସ୍କବ୍ ଟାଇଫସ୍ରେ ମୃତ୍ୟୁସଂଖ୍ୟା ୩କୁ ପହଞ୍ଚିଥିବା ସୂଚନା ମିଳିଛି। ରୋଗ ବ୍ୟାପିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ତେବେ ଗାଁରେ ଏପର୍ଯ୍ୟନ୍ତ ଡାକ୍ତରୀ ଦଳ ପହଞ୍ଚି ପାରିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଡାକ୍ତରୀ ଦଳ ପଠାଇ ଗାଁରେ ସ୍ୱାସ୍ଥ୍ୟ ଯାଞ୍ଚ ଓ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ସୌଜନ୍ୟ ସମ୍ବାଦ




