Dr K LakhmiBai: ଡ଼. କେ. ଲକ୍ଷ୍ମୀବାଇଙ୍କ ଜୀବନ ଏକ ଜୀବନ୍ତ ଇତିହାସ

ମାନବିକତା, ସେବା ଓ କରୁଣାର ସମ୍ମାନକୁ ସମ୍ପତ୍ତି ଠୁ ଅଧିକ ପ୍ରାଧାନ୍ୟ ଦେବାର ନିଷ୍ପତ୍ତି ସାଧାରଣ ନୁହଁ କେବଳ ଓ କେବଳ ଜଣେ ଅସାଧାରଣ ବ୍ୟକ୍ତିର ହୋଇପାରେ । ସେଭଳି ଜଣେ ମହିୟସୀ ମହିଳା ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଡ଼. ଲକ୍ଷ୍ମୀବାଇ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି ।

ବ୍ରହ୍ମପୁର: ଆଜିର ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରୀକ ସମାଜରେ ଡ଼. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ । ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ ଓ ତମାମ ବିଶ୍ୱକୁ ସମ୍ପ୍ରସାରିତ ହେବା ଦରକାର । ୯୭ ବର୍ଷ ବୟସରେ ଉପନୀତ ଡ଼. କେ. ଲକ୍ଷ୍ମୀବାଇ ତାଙ୍କ ଜୀବନର ସମ୍ପୂର୍ଣ୍ଣ ସଞ୍ଚୟରୁ ପାଞ୍ଚ ଲକ୍ଷ କି ଦଶ ଲକ୍ଷ ନୁହଁ ଅବିଶ୍ୱସନୀୟ ୩.୪୦  କୋଟି ଟଙ୍କା ଏମ୍ସ ଭୁବନେଶ୍ୱରକୁ ଦାନ କରିଛନ୍ତି । ଏହି ଅର୍ଥ ସମ୍ପୂର୍ଣ୍ଣ ଭାବେ କ୍ୟାନ୍ସରରେ ପୀଡ଼ିତ ଗରିବ ଓ ଅସହାୟ ମହିଳାମାନଙ୍କ ଚିକିତ୍ସା ଏବଂ ଏହି ଘାତକ ରୋଗର ପ୍ରାରମ୍ଭିକ ସନ୍ଧାନ ପାଇଁ ବ୍ୟବହାର କରାଯିବ । ଦଶନ୍ଧି ଦଶନ୍ଧିର ତ୍ୟାଗ ଓ ପରିଶ୍ରମ ବଳରେ ଉପାର୍ଜିତ ଏହି ଅର୍ଥ କଦାପି ବ୍ୟର୍ଥ ଯିବନି ହଜାର ହଜାର କ୍ୟାନ୍ସର ପୀଡି଼ତଙ୍କ ଜୀବନରେ ଆଶାର ଆଲୋକ ନେଇ ଆସିବ ବୋଲି ଏହି ବର୍ଷିଆନ ଡାକ୍ତର ଆଶାବ୍ୟକ୍ତ କରିଛନ୍ତି ।

Exit mobile version