Site icon Swayam News

Driver Suffers Heart Attack: ହୃଦ୍‌ଘାତ ‌ହେବା ପରେ ବାଇକ୍ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ କାର୍ ଚାଳକ, ୪ମୃତ

ଥାଣେ: ହୃଦ୍‌ଘାତ ‌ହେବା ପରେ ବାଇକ୍ ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ କାର୍ ଚାଳକ। ଚାଲିଗଲା ୪ଜଣଙ୍କ ଜୀବନ। ଶୁକ୍ରବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଏହି ଘଟଣା ଘଟିଥିଲା। ଥାଣେର ଅମ୍ବରନାଥ ଫ୍ଲାଏଓଭର ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ବେଳେ ଏହାର ଛାତିଥରା ଭିଡିଓ ଏବେ ଭା‌ଇରାଲ ହେବା‌ରେ ଲାଗିଛି। ଏହି ଦୁର୍ଘଟଣାରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଡ୍ରାଇଭର ଗାଡ଼ି ଚଲାଉଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ, ଯାହା ଫଳରେ ସେ କାର୍ ଉପରୁ ନିୟନ୍ତ୍ରଣ ହରାଇ ଥିଲେ। ଦ୍ରୁତ ଗତି‌ରେ ଥିବା କାରଟି ୩-୪ଟି ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାଟି ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ ସହରର ପୂର୍ବ ପାର୍ଶ୍ୱକୁ ଏହାର ପଶ୍ଚିମ ପାର୍ଶ୍ୱ ସହିତ ସଂଯୋଗ କରୁଥିବା ଫ୍ଲାଏଓଭରରେ ଘଟିଥିଲା। ପୁଲିସର କହିବା ଅନୁଯାୟୀ, ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ, ଦୁଇ ଚକିଆ ଯାନରେ ଯାଉଥିବା ଜଣେ ଆରୋହୀ ଛିଟିକି ପଡ଼ି ଫ୍ଲାଏଓଭର ତଳେ ପଡ଼ିଥିଲେ।

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଥିବା ବେଳେ ଏଥିରେ ଦୁର୍ଘଟଣା କିପରି ଘଟିଥିଲା ତାହା ସ୍ପଷ୍ଟ ଦେଖାଯାଉଛି।

 

ସୌଜନ୍ୟ – ସମ୍ବାଦ

Exit mobile version