ଦେଶ ବିଦେଶ

Drone: ଅମୃତସର ବିମାନବନ୍ଦରରେ ସନ୍ଦେହଜନକ ଡ୍ରୋନ୍: ୭ ବିମାନର ଗତିପଥ ପରିବର୍ତ୍ତନ, ସୁରକ୍ଷା ଏଜେନ୍ସି ସଜାଗ,ସୀମାନ୍ତ ଗାଁରେ ସର୍ଚ୍ଚ ଅପରେସନ୍

ପଞ୍ଜାବର ଅମୃତସରର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଦେଖାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯାହା ଫଳରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।

ଚଣ୍ଡିଗଡ଼: ପଞ୍ଜାବର ଅମୃତସରର ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଦେଖାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯାହା ଫଳରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅନେକ ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଛି। ବିମାନବନ୍ଦରର ରନୱେ ଅଞ୍ଚଳରେ ଦୁଇରୁ ଚାରୋଟି ସନ୍ଦିଗ୍ଧ ଡ୍ରୋନ୍ ଦେଖାଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ରନୱେ ପାଖରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯିବା ମାତ୍ରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ଏକ ସତର୍କ ସୂଚନା ଜାରି କରିଥିଲା। ​​ ସୁରକ୍ଷାକୁ ଦୃଷ୍ଟିରେ ରଖି, ଅମୃତସର ଆସୁଥିବା ସାତୋଟି ବିମାନର ଗତିପଥକୁ ଦିଲ୍ଲୀ ଏବଂ ଚଣ୍ଡିଗଡ଼କୁ ପରିବର୍ତ୍ତନ କରାଯାଇଥିଲା।

ସତର୍କ ସୂଚନା ଜାରି

ରିପୋର୍ଟ ଅନୁଯାୟୀ, ରାଜାଲା ଗ୍ରାମରୁ ସନ୍ଦେହଜନକ ଡ୍ରୋନ୍ ବିମାନବନ୍ଦର ଆଡ଼କୁ ଆସୁଥିବାର ଦେଖାଯାଇଥିଲା। ଡ୍ରୋନ୍ଗୁଡ଼ିକ ରନୱେ ଏବଂ ଆଖପାଖର ସମ୍ବେଦନଶୀଳ ଅଞ୍ଚଳ ଉପରେ କିଛି ମିନିଟ୍ ପାଇଁ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା। ରନୱେ ନିକଟରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସତର୍କ ସୂଚନା ଜାରି କରିଥିଲା। ​​ ସୀମାନ୍ତ ଜିଲ୍ଲା ହୋଇଥିବାରୁ ଏହାକୁ ଏକ ଗୁରୁତର ସୁରକ୍ଷା ଉଲ୍ଲଂଘନ ବୋଲି ବିଚାର କରି, ସିଆଇଏଓଏଫ, ପଞ୍ଜାବ ପୁଲିସ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ତୁରନ୍ତ ସତର୍କ କରାଯାଇଥିଲା। ଏହି ଘଟଣା ପରେ, ସୁରକ୍ଷା ବାହିନୀ ରାଜଲା ଗ୍ରାମ ଏବଂ ବିମାନବନ୍ଦର ସଂଲଗ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଡ୍ରୋନ୍‌ର ପରିଚାଳନାକାରୀ ଏବଂ ଏହାର ସଠିକ୍ ମାର୍ଗ ଚିହ୍ନଟ କରିବା ପାଇଁ ବୈଷୟିକ ଦଳ ରାଡାର ଏବଂ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି। ବିମାନବନ୍ଦର ପ୍ରଶାସନ କହିଛି ଯେ, ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ସମନ୍ୱୟ ରଖି ତଦନ୍ତ କରୁଛୁ।

୭ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇ ମାଲେସିଆ ଏୟାରଲାଇନ୍ସ ଏମଏଚ-୧୧୮ କୁଆଲାଲମ୍ପୁରରୁ ଅମୃତସର ବିମାନର ଗତପଥ ଦିଲ୍ଲୀକୁ ପରିବର୍ତ୍ତନ କରାଯାଇଥିଲା। ସେହିପରି ଇଣ୍ଡିଗୋ ୬ଇ-୫୦୨୮ ମୁମ୍ବାଇରୁ ଅମୃତସର ବିମାନକୁ ଚଣ୍ଡିଗଡ଼, ଇଣ୍ଡିଗୋ ୬ଇ-୨୦୪୫ ଦିଲ୍ଲୀରୁ ଅମୃତସର ବିମାନକୁ ଚଣ୍ଡିଗଡ଼, ଏୟାର ଇଣ୍ଡିଆ ଏଆଇ-୪୭୯ ଦିଲ୍ଲୀରୁ ଅମୃତସର ବିମାନ ଦିଲ୍ଲୀ ଫେରିଯାଇଥିଲା। ଏୟାର ଇଣ୍ଡିଆ ଏଆଇ-୮୫୫ ଦିଲ୍ଲୀରୁ ଅମୃତସର ବିମାନ ଦିଲ୍ଲୀ ଫେରିଥିଲା ଇଣ୍ଡିଗୋ ୬ଇ-୧୪୨୮ ସାରଜାହ ରୁ ଅମୃତସର ବିମାନକୁ ଦିଲ୍ଲୀ ଯିବାକୁ କୁହାଯାଇଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଇଏକ୍ସ-୧୩୮ ସାରଜାହରୁ ଅମୃତସର ବିମାନର ଗତିପଥ ଦିଲ୍ଲୀକୁ ପରିବର୍ତ୍ତନ କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button