ଦେଶ ବିଦେଶ

Drone Attack: ୨୨ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ: ତୈଳ ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି ଯେ ଅକ୍ଟୋବର ୯ ତାରିଖରେ ଶାରଜାହ ଆଙ୍କରେଜ୍‌ରେ ପାନାମା ପତାକାଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ ଏମଟି ଜେମ୍ ନମ୍ବର-୨ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା।

ନୂଆଦିଲ୍ଲୀ: କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି ଯେ ଅକ୍ଟୋବର ୯ ତାରିଖରେ ଶାରଜାହ ଆଙ୍କରେଜ୍‌ରେ ପାନାମା ପତାକାଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ ଏମଟି ଜେମ୍ ନମ୍ବର-୨ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଜାହାଜରେ ୨୨ ଜଣ କ୍ରୁ ସଦସ୍ୟ ଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଆମେ ପରିସ୍ଥିତି ଉପରେ ନିରନ୍ତର କଡ଼ା ନଜର ରଖୁଛୁ ଏବଂ ନାବିକଙ୍କ ସୁରକ୍ଷା ପାଇଁ ଜାହାଜ ପରିଚାଳନା କମ୍ପାନି ସହିତ ଯୋଗାଯୋଗରେ ଅଛୁ।

ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼

ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ଏଜେନ୍ସି ରିପୋର୍ଟ କରିଛି ଯେ ସଂଯୁକ୍ତ ଆରବ ଏମିରେଟ୍ସର ଅଲ୍ ଜାଜିରା ଅଲ୍ ହାମରାଠାରୁ ପ୍ରାୟ ୧୩ ନଟିକାଲ୍ ମାଇଲ୍ ବା ୨୪ କିଲୋମିଟର ଦୂରରେ ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଘଟଣା ପରେ ଜାହାଜରେ ନିଆଁ ଲାଗିଯାଇଥିଲା।ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଜାହାଜ ଏବଂ ନାବିକଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ‘ଗ୍ରୁପ୍ ଅଫ୍ ଫ୍ରେଣ୍ଡସ୍ ଅନ୍ ସେଫ୍ଟି ଆଣ୍ଡ୍ ସିକ୍ୟୋରିଟି ଅଫ୍ ଶିପିଂ ଆଣ୍ଡ୍ ସିଫାରର୍ସ’ର ଆରମ୍ଭ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button