Drugs Addiction Among Doctors: ଡାକ୍ତରଙ୍କ ମଧ୍ୟରେ ବୃଦ୍ଧି ପାଉଛି ନିଶା ଅଭ୍ୟାସ, FAIMA ରିପୋର୍ଟ ନେଇ ଆଲୋଡ଼ନ

ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ଫେଡେରେସନ୍(FAIMA) ପକ୍ଷରୁ ଜାରି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଅତ୍ୟଧିକ କାମ କରୁଥିବା ଡାକ୍ତରମାନଙ୍କ ମଧ୍ୟରେ ନିଶା ଅଭ୍ୟାସ ବୃଦ୍ଧି ପାଉଛି...

ନୂଆଦିଲ୍ଲୀ: MBBS ପରେ NEET ପାଇଁ ପ୍ରସ୍ତୁତ ହେଉଥିବା ଡାକ୍ତର, ରେସିଡେଣ୍ଟ ଡାକ୍ତର, ସିନିୟର ରେସିଡେଣ୍ଟ ଡାକ୍ତର ଏବଂ ବରିଷ୍ଠ ଡାକ୍ତରମାନେ କାର୍ଯ୍ୟ ଚାପ ଯୋଗୁ ସମସ୍ୟାରେ ପଡ଼ିଛନ୍ତି। ସେମାନେ ମାନସିକ କ୍ଷେତ୍ରରେ ସାମୟିକ ସୁଧାର ପାଇଁ ଡ୍ରଗ୍ସର ସାହାରା ନେଉଛନ୍ତି। ତେବେ ଏହା ଏକ ନିଶା ଅଭ୍ୟାସରେ ପରିଣତ ହେବାରେ ଲାଗିଛି।

ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (FAIMA) ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜୀବନ ରକ୍ଷା କରୁଥିବା ଲୋକେ କିଭଳି ଚାପରେ ପଡ଼ି ନିଶାର ମାୟା ଜାଲରେ ପଡ଼ିଛନ୍ତି ତାହା ରିପୋର୍ଟ ଦର୍ଶାଯାଇଛି।

ଏହି ସମସ୍ୟାର ସମାଧାନ ପାଇଁ, FAIMA ଏକ ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ଆରମ୍ଭ କରିଛି। ବର୍ତ୍ତମାନ, ଏହି ହେଲ୍ପଲାଇନ୍ ନିଶା ନିବାରଣ ଅଭିଯାନ ସହିତ ସଂଯୁକ୍ତ ହୋଇଛି। ସାରା ଦେଶରେ ରେସିଡେଣ୍ଟ ଡାକ୍ତରଙ୍କ ସମେତ ବରିଷ୍ଠ ଡାକ୍ତରମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରୁଥିବା FAIMA ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍ ଆରମ୍ଭ କରିଛି। ଏପର୍ଯ୍ୟନ୍ତ, ହେଲ୍ପଲାଇନ୍ ମାଧ୍ୟମରେ ୩୦୦ ରୁ ଅଧିକ ପୀଡିତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି। ଏହାର ସକାରାତ୍ମକ ଫଳାଫଳ ମଧ୍ୟ ମିଳିଛି।

ଡାକ୍ତରମାନଙ୍କ ମଧ୍ୟରେ ବଢୁଛି ଚାପ

FAIMAର ଅଧ୍ୟୟନରୁ ଜଣାପଡିଛି, NEET PG ପାଇଁ ପ୍ରସ୍ତୁତ ହେଉଥିବା ଡାକ୍ତରମାନେ ସବୁଠାରୁ ଅଧିକ ଚାପଗ୍ରସ୍ତ ରହୁଛନ୍ତି। ଏହା ପରେ, ବିଭିନ୍ନ ମେଡିକାଲ କଲେଜର ରେସିଡେଣ୍ଟ ଡାକ୍ତରମାନେ କାର୍ଯ୍ୟଭାରରେ ଭାରାକ୍ରାନ୍ତ ରହୁଥିବା କୁହାଯାଇଛି। ଅନିୟମିତ କାର୍ଯ୍ୟସୂଚୀ ପ୍ରାୟତଃ ଚାପ ସୃଷ୍ଟି କରୁଛି।

FAIMA ଜାଣିପାରିଛି ଯେ, ଅନେକ ଡାକ୍ତର ଖୋଲାଖୋଲି ଭାବରେ ସେମାନଙ୍କର ସମସ୍ୟା କହିବାକୁ କୁଣ୍ଠାବୋଧ କରୁଛନ୍ତି। ଜଣେ ଡାକ୍ତର ହୋଇଥିବାରୁ ଏହି ସମସ୍ୟା ବିଷୟରେ କହିବା ସେମାନଙ୍କୁ ଦ୍ୱିଧାଗ୍ରସ୍ତ କରୁଛି। କିନ୍ତୁ FAIMAର ହେଲ୍ପଲାଇନ୍ ସହିତ ରେସିଡେଣ୍ଟ ଡାକ୍ତରଙ୍କ ସହିତ ଅନେକ ବରିଷ୍ଠ ଡାକ୍ତର ମଧ୍ୟ ଯୋଗାଯୋଗ କରିଛନ୍ତି। ଏହି ଡାକ୍ତରମାନଙ୍କ ନିଶା କାର୍ଯ୍ୟଭାର ଏବଂ ପାରିବାରିକ ସମସ୍ୟାରୁ ସୃଷ୍ଟି ହୋଇଥିବା କୁହାଯାଉଛି।

ନାଗପୁର ଏକ ମେଡିକାଲ ହବ୍ ହେବାକୁ ଯାଉଛି

ମାନସିକ ଚାପ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର, ନିଦ୍ରା ସମସ୍ୟା, ପରୀକ୍ଷା ସମ୍ବନ୍ଧୀୟ କିମ୍ବା କ୍ୟାରିଅର ସମ୍ବନ୍ଧୀୟ ଚାପ ଯୋଗୁ ନିର ସାହାରା ଡାକ୍ତର ନେଉଛନ୍ତି। FAIMA ସଂଯୋଜକ ଡାକ୍ତର ସଜଲ ବନସଲ କହିଛନ୍ତି, ନାଗପୁର ଏକ ମେଡିକାଲ ହବ୍ ଭାବରେ ବିକଶିତ ହେଉଛି। ଫଳରେ ବହୁ ସଂଖ୍ୟକ ଡାକ୍ତରୀ ଛାତ୍ର , ରେସିଡେଣ୍ଟ ଡାକ୍ତର ଏବଂ ଇଣ୍ଟର୍ନ ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି। ସେମାନେ ବିଭିନ୍ନ କାରଣରୁ ଚାପର ସମ୍ମୁଖୀନ ହେଉଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version