Drunk Youth: ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପାଣି ଟାଙ୍କି ଉପରେ ଚଢ଼ିଲେ
ମଦ ନିଶାରେ କାମାକ୍ଷାନଗର ଥାନା ରାଇବୋଲ ଗାଁରେ ପାଣି ଟାଙ୍କି ଉପରେ ଚଢ଼ିଥିବା ଯୁବକ କୃଷ୍ଣଚନ୍ଦ୍ର ମହାଳିକଙ୍କୁ ଦୀର୍ଘ ଉଦ୍ୟମ ପରେ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

କାମାକ୍ଷାନଗର: ମଦନିଶାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଶାସକ୍ତଅବସ୍ଥାରେ ପାଣି ଟାଙ୍କି ଉପରେ ଚଢ଼ିଗଲେ ଯୁବକ। ଦୀର୍ଘ ସମୟ ଧରି ଟାଙ୍କି ଉପରେ ରହିବାରୁ ଗାଁରେ ସୃଷ୍ଟି ହୋଇଥିଲା ଚାଞ୍ଚଲ୍ୟ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା କଙ୍କଡାହାଡ଼ ଅଗ୍ନିଶମ ବାହିନୀ । ଦୀର୍ଘ ସମୟର ଉଦ୍ୟମ ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ଟାଙ୍କି ଉପରୁ ତଳକୁ ଆଣିଛନ୍ତି ଅଗ୍ନିଶମ କର୍ମଚାରୀ । ଘଟଣାଟି କାମାକ୍ଷାନଗର ଥାନା ରାଇବୋଲ ଗାଁରେ ଘଟିଛି । ରାତିରେ ରାଇବୋଲ ଗାଁରେ ହଠାତ୍ ଦେଖିବାକୁ ମିଳିଥିଲା ଅସ୍ୱାଭାବିକ ଦୃଶ୍ୟ।
କଙ୍କଡାହାଡ଼ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା
ପାଣି ଟାଙ୍କି ଉପରେ ଚଢ଼ି ବସିଥିଲେ ଜଣେ ଯୁବକ କୃଷ୍ଣଚନ୍ଦ୍ର ମହାଳିକ। ନିଶାସକ୍ତ ଅବସ୍ଥାରେ କୃଷ୍ଣଚନ୍ଦ୍ର ମହାଳିକ ଟାଙ୍କି ଉପରେ ଚଢ଼ିଥିବା ଜଣାପଡ଼ିଛି । ଯୁବକଙ୍କୁ ତଳକୁ ଆଣିବାକୁ ପରିବାର ଓ ଗ୍ରାମବାସୀ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଘଟଣା ସମ୍ପର୍କରେ ଖବର ପାଇ କଙ୍କଡାହାଡ଼ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଉଦ୍ୟମ କରିଥିଲେ । ଶେଷରେ କୃଷ୍ଣଚନ୍ଦ୍ରଙ୍କୁ ଟାଙ୍କି ଉପରୁ ସୁରକ୍ଷିତ ଭାବେ ତଳକୁ ଆଣିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ମଦ ନିଶାରେ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡକୁ ନେଇ ରାଇବୋଲ ଗାଁରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ସୌଜନ୍ୟ ସମ୍ବାଦ




