ଦେଶ ବିଦେଶ

Dubai: ଦୁବାଇରେ ବସ୍‌ ଦୁର୍ଘଟଣା: ୬ ଭାରତୀୟଙ୍କ ସମେତ ୮ ମୃତ

ନୂଆଦିଲ୍ଲୀ: ଦୁବାଇର ଏମିରେଟ୍ସ ରୋଡ୍‌ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୬ ଜଣ ଭାରତୀୟ ଅଛନ୍ତି। ଶ୍ରୀଲଙ୍କା ଓ ନେପାଳର ଅନ୍ୟ ୨ ନାଗରିକଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ୬ ଭାରତୀୟଙ୍କ ମଧ୍ୟରୁ ୩ ଜଣ ହାଇଦ୍ରାବାଦର, ୨ ଜଣ ଉତ୍ତରପ୍ରଦେଶର ଓ ଜଣେ ପଞ୍ଜାବର। ମିଳିଥିବା ସୂଚନା ଅନୁଯାୟୀ, ଦୁବାଇର ମୋଟିଭ୍ ଟେକ୍ନିକାଲ ସର୍ଭିସ କମ୍ପାନିର କର୍ମଚାରୀମାନଙ୍କୁ ନେଉଥିବା ଏକ ମିନି ବସ୍‌ ଆଜି ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି। ଦୁବାଇ ପୁଲିସ କହିଛି ଯେ, ଏହି ଦୁର୍ଘଟଣାରେ ୮ ଜଣ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ଅଛନ୍ତି। ତେବେ ୫ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

 

 

ସୌଜନ୍ୟ Prameya News7

Show More
Back to top button