ଦେଶ ବିଦେଶ

Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର

ରାସ୍ତାରେ ଟିପର ଓ ଡମ୍ପର ପଛରେ ଯାତ୍ରା କରୁଥିବା ସମୟରେ ଗାଡ଼ିରୁ ମାଟି, ବାଲି, ଗୋଡ଼ି କିମ୍ବା ଅନ୍ୟ ସାମଗ୍ରୀ ଖସିପଡ଼ିବା ଆଶଙ୍କା ଆଉ ରହିବ ନାହିଁ। ଏହି ଯାନଗୁଡ଼ିକରେ ପରିବହନ ହେଉଥିବା ସାମଗ୍ରୀକୁ ଢାଙ୍କିବା ବ୍ୟବସ୍ଥା ବାଧ୍ୟତାମୂଳକ କରିଛି କେନ୍ଦ୍ର ସଡ଼କ...

ନୂଆଦିଲ୍ଲୀ: ରାସ୍ତାରେ ଟିପର ଓ ଡମ୍ପର ପଛରେ ଯାତ୍ରା କରୁଥିବା ସମୟରେ ଗାଡ଼ିରୁ ମାଟି, ବାଲି, ଗୋଡ଼ି କିମ୍ବା ଅନ୍ୟ ସାମଗ୍ରୀ ଖସିପଡ଼ିବା ଆଶଙ୍କା ଆଉ ରହିବ ନାହିଁ। ଏହି ଯାନଗୁଡ଼ିକରେ ପରିବହନ ହେଉଥିବା ସାମଗ୍ରୀକୁ ଢାଙ୍କିବା ବ୍ୟବସ୍ଥା ବାଧ୍ୟତାମୂଳକ କରିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ। ୧ ଏପ୍ରିଲ ୨୦୨୭ରୁ ଦେଶର ସମସ୍ତ ଟିପର ଓ ଡମ୍ପରରେ ଏହି ବ୍ୟବସ୍ଥା ଲାଗୁ ହେବ।

ମନ୍ତ୍ରଣାଳୟ ୨୮ ଜୁଲାଇ ୨୦୨୬ରେ କେନ୍ଦ୍ରୀୟ ମୋଟର ଯାନ (ଦ୍ୱାଦଶ ସଂଶୋଧନ) ନିୟମ, ୨୦୨୬ ଅଧୀନରେ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଥିଲା। ଏହା ୭ ଅଗଷ୍ଟରେ ଭାରତ ସରକାରଙ୍କ ଗେଜେଟ୍‌ରେ ପ୍ରକାଶ ପାଇଛି। ଏହା ମାଧ୍ୟମରେ ୧୯୮୯ର କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ କରାଯାଇଛି।
ନୂଆ ବ୍ୟବସ୍ଥା ଅନୁସାରେ ଟିପର ଓ ଡମ୍ପରର ପଛପଟେ ଥିବା ମାଲ୍‌ ରଖିବା ସ୍ଥାନକୁ ଉପରୁ ସମ୍ପୂର୍ଣ୍ଣ ଢାଙ୍କିବା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ରହିବ। ଗାଡ଼ି ରାସ୍ତାରେ ଚାଲିବା ସମୟରେ ମାଲ୍‌ ରଖିବା ସ୍ଥାନ ସମ୍ପୂର୍ଣ୍ଣ ବନ୍ଦ ରହିବା ଦରକାର। ଏହା ସହ ଚାଳକଙ୍କ ପାଇଁ ଏକ ଶବ୍ଦ ଓ ଆଲୋକ ସଙ୍କେତ ବ୍ୟବସ୍ଥା ମଧ୍ୟ ବାଧ୍ୟତାମୂଳକ ହେବ। ଗାଡ଼ି ଚାଲିବା ସମୟରେ ମାଲ୍‌ ଢାଙ୍କିବା ବ୍ୟବସ୍ଥା ଖୋଲା ଥିଲେ କିମ୍ବା ଠିକ୍‌ ଭାବେ ବନ୍ଦ ହୋଇନଥିଲେ କ୍ୟାବିନ୍‌ ଭିତରେ ଚାଳକଙ୍କୁ ଶବ୍ଦ ଓ ଆଲୋକ ମାଧ୍ୟମରେ ସତର୍କ କରାଯିବ। ଏହା ଦ୍ୱାରା ମାଲ୍‌ ରାସ୍ତାରେ ଖସିବା ଓ ତାହା ଯୋଗୁଁ ଦୁର୍ଘଟଣା ଘଟିବା ଆଶଙ୍କା କମିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button