E-KYC: ୯୭% ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି: ମନ୍ତ୍ରୀ

ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୭% ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି। ରାଜ୍ୟ ବାହାରେ ଥିବା ପାଖାପାଖି ଦେଢ଼ଲକ୍ଷ ହିତାଧିକାରୀ ବି ଇ-କେୱାଇସି କରିଛନ୍ତି। ୧୦ ଲକ୍ଷ ୪୭ ହଜାର ଲୋକଙ୍କ ଇ-କେୱାଇସି ବାକି ଅଛି।

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୭% ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି। ରାଜ୍ୟ ବାହାରେ ଥିବା ପାଖାପାଖି ଦେଢ଼ଲକ୍ଷ ହିତାଧିକାରୀ ବି ଇ-କେୱାଇସି କରିଛନ୍ତି। ୧୦ ଲକ୍ଷ ୪୭ ହଜାର ଲୋକଙ୍କ ଇ-କେୱାଇସି ବାକି ଅଛି। ସେମାନେ କାହିଁକି କରୁ ନାହାନ୍ତି ଆମେ ବୁଝିପାରୁନୁ। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଆମେ ବାର୍ଷିକ ହାରାହାରି ୨୧୫ କୋଟି ଟଙ୍କାର ଅପବ୍ୟୟକୁ ରୋକିପାରିଛୁ। ଆଜି ବିଧାନସଭାରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Exit mobile version