Editorial: ହାଲୁକା ସଂବିଧାନ!

ଆମ ସଂବିଧାନ ପ୍ରଣେତାଗଣ ସୁଶାସନ ସୁନିଶ୍ଚିତ କରିବା ସକାଶେ ତହିଁରେ ଅନେକ ପ୍ରାବଧାନ କରିଛନ୍ତି। ତେବେ, କୌଣସି ନିର୍ବାଚିତ ସରକାର, ତା’ର ସଂଖ୍ୟା ବଳ ହେତୁ, ଯେମିତି ନିରଙ୍କୁଶ ହୋଇ ନ ଯାଏ, ସେଥି ଲାଗି ଅନେକ ସାଂବିଧାନିକ ପଦ ଓ ଅନୁଷ୍ଠାନର ପରିକଳ୍ପନା....

ଆମ ସଂବିଧାନ ପ୍ରଣେତାଗଣ ସୁଶାସନ ସୁନିଶ୍ଚିତ କରିବା ସକାଶେ ତହିଁରେ ଅନେକ ପ୍ରାବଧାନ କରିଛନ୍ତି। ତେବେ, କୌଣସି ନିର୍ବାଚିତ ସରକାର, ତା’ର ସଂଖ୍ୟା ବଳ ହେତୁ, ଯେମିତି ନିରଙ୍କୁଶ ହୋଇ ନ ଯାଏ, ସେଥି ଲାଗି ଅନେକ ସାଂବିଧାନିକ ପଦ ଓ ଅନୁଷ୍ଠାନର ପରିକଳ୍ପନା କରି ନିୟନ୍ତ୍ରଣ ଓ ଭାରସାମ୍ୟ ରକ୍ଷାର ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ, ‘ଇମର୍ଜେନ୍‌ସି’ ଭଳି ସଂବିଧାନକୁ ଭୂଲୁଣ୍ଠିତ କରିଥିବା ଭଳି ପଦକ୍ଷେପ ଠାରୁ ଘେନି ବିଭିନ୍ନ ରାଜ୍ୟରେ ନ୍ୟାୟୋଚିତ ସରକାରର ପତନ ଘଟାଇବା, ନିର୍ବାଚନ କମିସନ, ଇ.ଡି., ସି.ଭି.ସି. ଭଳି ସ୍ବାୟତ୍ତ ଓ ସାଂବିଧାନିକ ଅନୁଷ୍ଠାନ ଏବଂ ରାଜ୍ୟପାଳ ଭଳି ଗରିମାମୟ ସାଂବିଧାନିକ ପଦକୁ ସ୍ବାର୍ଥ ସାଧନର ଅଭିସନ୍ଧି ରଖି ପ୍ରୟୋଗ କରିବା ପର୍ଯ୍ୟନ୍ତ ଅନେକ ଅସାଂବିଧାନିକ କାର୍ଯ୍ୟକଳାପ ସ୍ବାଧୀନତା ପରବର୍ତ୍ତୀ କାଳ ଠାରୁ ପ୍ରତ୍ୟେକ ସରକାରଙ୍କ ଅମଳରେ ଘଟି ଚାଲିଛି।

Exit mobile version