ଦେଶ ବିଦେଶ

Election Commission: ୧୦ ମାସରେ ୧୪ ଆପତ୍ତି, ୬ ଥର ଯୁଗ୍ମ ସାମ୍ବାଦିକ ସମ୍ମିଳନୀ

ନିର୍ବାଚନ କମିସନରେ ଗତ ୧୦ ମାସ ଧରି ଭିତରେ ମତଭେଦ ରହିଥିବା ରିପୋର୍ଟ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଥିବା ୩ ସଦସ୍ୟ ବିଶିଷ୍ଟ କମିସନରେ ଅନେକ ନିଷ୍ପତ୍ତିକୁ ନେଇ ଦୁଇ କମିସନର ଲିଖିତ ଭାବେ ଆପତ୍ତି ଜଣାଇଥିଲେ।

ନୂଆଦିଲ୍ଲୀ: ନିର୍ବାଚନ କମିସନରେ ଗତ ୧୦ ମାସ ଧରି ଭିତରେ ମତଭେଦ ରହିଥିବା ରିପୋର୍ଟ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଥିବା ୩ ସଦସ୍ୟ ବିଶିଷ୍ଟ କମିସନରେ ଅନେକ ନିଷ୍ପତ୍ତିକୁ ନେଇ ଦୁଇ କମିସନର ଲିଖିତ ଭାବେ ଆପତ୍ତି ଜଣାଇଥିଲେ। ତେବେ ଏହି ସମୟରେ ସାର୍ବଜନୀନ ଭାବେ ତିନିଜଣ ଏକାଠି ରହିଥିବା ଦେଖାଯାଇଥିଲା। ଅର୍ଥାତ୍ ଭିତରେ ମତଭେଦ ଓ ବାହାରେ ଏକଜୁଟତା ଦେଖିବାକୁ ମିଳୁଥିଲା।

୨୦୨୫ ଅକ୍ଟୋବର ୨୮ରୁ ୨୦୨୬ ଅଗଷ୍ଟ ୧୪ ମଧ୍ୟରେ ଦୁଇ ନିର୍ବାଚନ କମିସନର ବିଭିନ୍ନ ପ୍ରସଙ୍ଗରେ ୧୪ ଥର ଆପତ୍ତି ଜଣାଇଥିଲେ। ଏଥିରେ ନୂଆ ଭୋଟରଙ୍କ ନାମ ଯୋଡ଼ିବା, ଭୋଟର ତାଲିକାରୁ ନାମ ବାଦ୍‌ ଦେବା ଓ ପୁଣି ଯୋଡ଼ିବା, ଭୋଟର ସମ୍ପର୍କିତ ନିଷ୍ପତ୍ତି ବିରୋଧରେ ଆବେଦନ ଏବଂ ଭୋଟର ତଥ୍ୟ ଥିବା ନିର୍ବାଚନ କମିସନର ସଫ୍ଟୱେର୍‌କୁ ପ୍ରବେଶ ଭଳି ପ୍ରସଙ୍ଗ ରହିଥିଲା।

ନିର୍ବାଚନ କମିସନ ଭିତରେ ମତଭେଦ

୨୦୨୫ ଅକ୍ଟୋବର ୨୭ରେ ଏସ୍‌ଆଇଆର୍‌ର ଦ୍ୱିତୀୟ ପର୍ଯ୍ୟାୟ ନେଇ କମିସନ ସାମ୍ବାଦିକ ସମ୍ମିଳନୀ କରିଥିଲା। ପରଦିନ ସାନ୍ଧୁ ସର୍ବସମ୍ମତି ବିନା ନିର୍ବାଚନ କମିସନ ନାମରେ ଚିଠି ଓ ଆଦେଶ ଜାରି କରାଯିବାକୁ ନେଇ ଆପତ୍ତି ଜଣାଇଥିଲେ। ଏହା ପରେ ଭୋଟର ତାଲିକା ପରିଚାଳନା ପାଇଁ ବ୍ୟବହୃତ ଇଆର୍‌ଓନେଟ୍‌କୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ରାଜ୍ୟସ୍ତରୀୟ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସଫ୍ଟୱେର୍‌ ପ୍ରବେଶ ସୀମିତ କରାଯିବା ନେଇ ନଭେମ୍ବର ୪ରେ ଉପନିର୍ବାଚନ କମିସନର ସଞ୍ଜୟ କୁମାର ଚିନ୍ତା ପ୍ରକାଶ କରିଥିଲେ। ପରେ ଇସିଆଇନେଟ୍‌ ଆସିବା ପରେ ଭୋଟର ତଥ୍ୟର ଅଧିକ କେନ୍ଦ୍ରୀକରଣକୁ ନେଇ ସାନ୍ଧୁ ଓ ଯୋଶୀ ପ୍ରଶ୍ନ ଉଠାଇଥିଲେ।

ଏହି ସମୟରେ ତିନି କମିସନର ଗୁଆହାଟୀ, କୋଲକାତା ଓ ନୂଆଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଏକାଠି ଯୁଗ୍ମ ସମ୍ମିଳନୀ କରି ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ। ଫେବ୍ରୁଆରି ୧୮ରେ ଆସାମ ନିର୍ବାଚନ ପ୍ରସ୍ତୁତି, ମାର୍ଚ୍ଚ ୧୦ରେ ପଶ୍ଚିମବଙ୍ଗର ଭୋଟର ତାଲିକା ଏବଂ ମାର୍ଚ୍ଚ ୧୫ରେ ୫ଟି ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ବେଳେ ତିନିଜଣ ଏକାଠି ଥିଲେ। ତେବେ ଏସବୁ ସାର୍ବଜନୀନ କାର୍ଯ୍ୟକ୍ରମରେ ସାନ୍ଧୁ ଓ ଯୋଶୀ ନିଜର ଆପତ୍ତି କିମ୍ବା ମତଭେଦ ପ୍ରକାଶ କରିନଥିଲେ। ନିର୍ବାଚନ କମିସନ ମଧ୍ୟ ୧୪ଟି ଆପତ୍ତିର ଅସ୍ତିତ୍ୱ, ତାରିଖ କିମ୍ବା ବିଷୟବସ୍ତୁକୁ ଖଣ୍ଡନ କରିନାହିଁ। କିନ୍ତୁ ଏଗୁଡ଼ିକୁ ସାଧାରଣ ନିଷ୍ପତ୍ତି ପ୍ରକ୍ରିୟାର ଅଂଶ ବୋଲି କହିଛି। ଗତ ୧୦ ମାସରେ କମିସନର ସମସ୍ତ ଚୂଡ଼ାନ୍ତ ନିଷ୍ପତ୍ତି ସର୍ବସମ୍ମତିରେ ନିଆଯାଇଥିବା ଇସି କହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button