ଜାତୀୟ

Amroha harassment : ରକ୍ଷକ ସାଜିଲେ ଭକ୍ଷକ, ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ କଲେ ଇନ୍ସପେକ୍ଟର, କନଷ୍ଟେବଳ ଏବଂ ସିଆରପିଏଫ ଯବାନ

ଅମରୋହା, ୨୪/୯ : ରକ୍ଷକ ସାଜିଲେ ଭକ୍ଷକ । ବିଧାୟକଙ୍କ ଫାର୍ମ ହାଉସରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଯୁବତୀଙ୍କୁ ଟେକିନେଇ ସାମୂହିକ ଦୁଷ୍କର୍ମ କଲେ ଥାନା ବାବୁ, ସିପାହୀ ଏବଂ ସିଆରପିଏଫ୍ ଯବାନ । ଉତ୍ତର ପ୍ରଦେଶ ଅମରୋହାର ହସନପୁର କୋତୱାଲି ଅଞ୍ଚଳରେ ଲଜ୍ଜା । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ସିଆରପିଏଫ୍ ଇନ୍ସପେକ୍ଟର, ହେଡ୍ କନେଷ୍ଟବଳ ଏବଂ ଥାନା ବାବୁଙ୍କୁ ଗିରଫ କରାଯାଇଛି । ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁଯାୟୀ, ଅମରୋହାର ହସନପୁର କୋତୱାଲିରେ ଥିବା ବିଧାୟକ ଉମେଶ ଶର୍ମାଙ୍କ ଫାର୍ମହାଉସରେ ହରିୟାଣାର ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ହସନପୁର କୋତୱାଲି ଥାନା ବାବୁ, ଅମରୋହା ପୁଲିସ ଲାଇନରେ ନିୟୋଜିତ ସିପାହୀ, ଆସାମ ସିଆରପିଏଫର ୧୫୬ ବାଟାଲିୟନରେ ନିୟୋଜିତ ଥିବା ଇନ୍ସପେକ୍ଟର ଏବଂ ଦିଲ୍ଲୀ ପଞ୍ଚମ ବାଟାଲିୟନର ହେଡ୍ କନେଷ୍ଟବଳ ମିଶି ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ ହସନପୁର କୋତୱାଲି ପୁଲିସ ୪ ଜଣଙ୍କୁ ଗିରଫ କରିଛି । ପୀଡ଼ିତା ଯୁବତୀ ଫତେହବାଦ ଜିଲ୍ଲାର । ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ଜଣେ ମହିଳା ମିତ୍ର ତାଙ୍କୁ ସିଆରପିଏଫ୍ ହେଡ କନେଷ୍ଟବଳ ମୋହିତଙ୍କ ସହ ଦେଖା ସାକ୍ଷାତ କରାଇଥିଲେ । ସୋମବାର ଯୁବତୀ ଜଣଙ୍କ ସୋନିପତରେ ମୋହିତଙ୍କ ସହ ବୁଲିବାକୁ ଯାଇଥିଲେ । ସୋନିପତରୁ ମୋହିତ ଯୁବତୀଙ୍କୁ ନେଇ ଅଲୱର ହାତନଖେଡାରେ ପହଞ୍ଚିଥିଲେ । ସୋମବାର ରାତିରେ ୩ ଜଣ ମେରଠରେ ରହିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ସମସ୍ତେ ହସନପୁର କୋତୱାଲିରେ ପହଞ୍ଚିଥିଲେ । ସେଠାରେ ବାଗପତର ରାମାଲା ଥାନାର ସୁପ ଗାଁର ବାସିନ୍ଦା ଇନ୍ସପେକ୍ଟର ସଞ୍ଜୟ ତୋମାର ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । କିଛି ସମୟ ପରେ ସମସ୍ତେ କୋତୱାଲି ସ୍ଥିତ ଖାନପୁର ବିଧାୟକ ଉମେଶ ଶର୍ମାଙ୍କ ଫାର୍ମ ହାଉସରେ ପହଞ୍ଚିଥିଲେ । ସେଠାରେ ଖେଦାମାସ୍ତାନର ବାସିନ୍ଦା କନଷ୍ଟେବଳ ପ୍ରମୋଦ କୁମାର ଖାଦ୍ୟ ଏବଂ ମଦ ନେଇ ପହଞ୍ଚିଥିଲେ । ରାତିରେ ସମସ୍ତେ ମିଶି ଯୁବତୀଙ୍କ ସହ ସାମୂହିକ ଦୁଷ୍କର୍ମ କରିଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button