ରାଜ୍ୟ

Elephant: ରାଜରାସ୍ତାରେ ଗଜରାଜ: ଟ୍ରକ୍‌ ଅଟକାଇ ଖାଦ୍ୟ ମାଗୁଛି

ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ। ରାସ୍ତାରେ ଯେଉଁ ସବୁ ଗାଡ଼ି ଯାଉଛି ସେଗୁଡ଼ିକୁ ଅଟକାଇ ଖାଦ୍ୟ ପାଇଁ ଶୁଣ୍ଢ ବଢ଼ାଉଛି। ଟ୍ରକ୍‌ଗୁଡ଼ିକ ବାଟ କାଟି ଚାଲି ଯାଉଥିଲାବେ‌ଳେ ଖାଦ୍ୟ ନପାଇଲେ ହାତୀ ଧକ୍କା ମାରୁଛି। କିନ୍ତୁ କାହାର କିଛି କ୍ଷତି କରୁନି।

କୋଇଡ଼ା: ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ। ରାସ୍ତାରେ ଯେଉଁ ସବୁ ଗାଡ଼ି ଯାଉଛି ସେଗୁଡ଼ିକୁ ଅଟକାଇ ଖାଦ୍ୟ ପାଇଁ ଶୁଣ୍ଢ ବଢ଼ାଉଛି। ଟ୍ରକ୍‌ଗୁଡ଼ିକ ବାଟ କାଟି ଚାଲି ଯାଉଥିଲାବେ‌ଳେ ଖାଦ୍ୟ ନପାଇଲେ ହାତୀ ଧକ୍କା ମାରୁଛି। କିନ୍ତୁ କାହାର କିଛି କ୍ଷତି କରୁନି। ଏମିତି ଦୃଶ୍ୟ ଆଜି ସନ୍ଧ୍ୟାରେ କୋଇଡ଼ା ଖଣି ଅଞ୍ଚଳ ଗଣୁଆ ବିଟ୍‌ ରୁଷିବେଣୁଆ ରୋଡ୍‌ରେ ଦେଖିବାକୁ ମିଳିଥିଲା। ନିକଟରେ ଖଣି ଥିବାରୁ ଏଠାରୁ ମାଲ୍‌ ପରିବହନ ହୋଇ ରୁଷିବେଣୁଆ ରୋଡ୍‌ରେ ଶହ ଶହ ଟ୍ରକ୍‌ ଚଳାଚଳ କରୁଛି।

ଆଜି ହଠାତ ଏକ ଦନ୍ତାହାତୀ ଆସି ଏଭଳି ହରକତ୍‌ କରିବା ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଭୟ ମଧ୍ୟ ସୃଷ୍ଟି କରିଛି। କେବଳ ହାତୀ ନୁହେଁ, ଖଣି ପାଇଁ ଖଜୁରଡିହି, ଭବାନୀ ପାହାଡ଼ ଓ ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲ ପଦା ହେବା ପରେ ହରିଣ, କୁଟୁରା ମଧ୍ୟ ରାଜରାସ୍ତାକୁ ଚାଲିଆସୁଛନ୍ତି। ସଂରକ୍ଷିତ ଜଙ୍ଗଲରେ ହଜାର ହଜାର ଗଛ ବଳି ପଡ଼ିବା ପରେ ବନ୍ୟଜନ୍ତୁଙ୍କ ବାସସ୍ଥାନ ଆଉ ନାହିଁ କହି‌ଲେ ଚଳେ। ଖଣି ରାଜସ୍ୱ ବଢ଼ାଇବା ଦିଗରେ ସରକାର ତତ୍ପର। କିନ୍ତୁ ସେମାନଙ୍କ ସୁରକ୍ଷା କେବଳ ବଜେଟ ଆଉ କାଗଜକଲମରେ ସୀମିତ। ଯାହା ଆଜିର ଚିତ୍ର ହିଁ ବୟାନ କରୁଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button