ରାଜ୍ୟ
Encounter: ବ୍ରଜରାଜନଗର ପୁଲିସର ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ
ବ୍ରଜରାଜନଗର ପୁଲିସ ସହ ଗତକାଲି ବିଳମ୍ବିତ ରାତ୍ରିରେ ଗୁଳି ବିନିମୟ ଘଟିଛି। ଏଥିରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଗୁଳିବିଦ୍ଧ ହୋଇ ଆହତ ହୋଇଛନ୍ତି। ପୁଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି।

ବ୍ରଜରାଜନଗର: ବ୍ରଜରାଜନଗର ପୁଲିସ ସହ ଗତକାଲି ବିଳମ୍ବିତ ରାତ୍ରିରେ ଗୁଳି ବିନିମୟ ଘଟିଛି। ଏଥିରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଗୁଳିବିଦ୍ଧ ହୋଇ ଆହତ ହୋଇଛନ୍ତି।
ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲେ
ସୂଚନା ଅନୁଯାୟୀ, ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାଙ୍କ ସହଯୋଗୀମାନେ ବସି କୌଣସି ଅପରାଧିକ ଯୋଜନା କରୁଥିବା ଖବର ପାଇ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ପାଲଟା ୪ ରାଉଣ୍ଡ ଗୁଳି ଚଳାଇଥିଲା।
ଏହି ଗୁଳି ବିନିମୟରେ ଅଙ୍କିତ ଆହତ ହୋଇଥିଲେ। ପୁଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅନ୍ୟ ସହଯୋଗୀମାନେ ଅନ୍ଧାର ସୁଯୋଗ ନେଇ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




