ଦେଶ ବିଦେଶ

Encounter: ମଣିପୁରରେ ସୁରକ୍ଷାବାହିନୀ-ୟୁକେଏନ୍‌ଏ ମୁହାଁମୁହିଁ: ୨ ଉଗ୍ରବାଦୀ ନିହତ, ୨ ଆହତ

ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ମିଳିତ ଦଳ ସହ ମୁହାଁମୁହିଁ ସଂଘର୍ଷରେ ୟୁନାଇଟେଡ୍‌ କୁକି ନ୍ୟାସନାଲ ଆର୍ମି (ୟୁକେଏନ୍‌ଏ)ର ୨ ଜଣ ଉଗ୍ରବାଦୀ ନିହତ ହୋଇଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି।

ଚୁରାଚାନ୍ଦପୁର: ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ମିଳିତ ଦଳ ସହ ମୁହାଁମୁହିଁ ସଂଘର୍ଷରେ ୟୁନାଇଟେଡ୍‌ କୁକି ନ୍ୟାସନାଲ ଆର୍ମି (ୟୁକେଏନ୍‌ଏ)ର ୨ ଜଣ ଉଗ୍ରବାଦୀ ନିହତ ହୋଇଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ସୁରକ୍ଷାବାହିନୀ ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ଚାଲିଥିବା ଅଭିଯାନ ସମୟରେ ଏହି ଘଟଣା ଘଟିଛି।

ସୁରକ୍ଷାବାହିନୀର ସୂଚନା ଅନୁସାରେ, ଅଗଷ୍ଟ ୨୯ ରାତିରେ ହେଙ୍ଗଲେପ୍‌ ଉପଖଣ୍ଡର ଫାଇବୋଙ୍ଗ ଗାଁରେ ୟୁକେଏନ୍‌ଏର ଏକ ଶିବିର ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଅଭିଯାନ ଆରମ୍ଭ ହୋଇଥିଲା। ପରେ ସୁରକ୍ଷାବାହିନୀ ଉକ୍ତ ଶିବିର ଉପରେ ନଜର ରଖିଥିଲା। ସେପ୍ଟେମ୍ବର ୨ ଭୋର ୫ଟାରେ ଶିବିର ଆଡ଼କୁ ଅଗ୍ରସର ହୋଇଥିଲେ। ସୁରକ୍ଷାବାହିନୀର ଦାବି ଅନୁସାରେ, ସେପ୍ଟେମ୍ବର ୨ ଭୋର ପ୍ରାୟ ୫ଟା ୩୦ରେ ୟୁକେଏନ୍‌ଏ ସଦସ୍ୟମାନେ ଗୁଳି ଚଳାଇବା ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏହି ସଂଘର୍ଷରେ ୨ ଜଣ ୟୁକେଏନ୍‌ଏ ସଦସ୍ୟ ନିହତ ହେବା ସହ ୨ ଜଣ ଆହତ ହୋଇଥିବା ଆସାମ ରାଇଫଲ୍ସ ଶନିବାର ରାତିରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button