Excise Policy Guidelines: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ଏଥିରେ ରହିଛି କ’ଣ ପଢ଼ନ୍ତୁ

ଅବକାରୀ ବିଭାଗର ନୂଆ ଗାଇଡଲାଇନ । ଟେଟ୍ରା ପ୍ୟାକ୍‌ରେ ମିଳିବ ମଦ । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକ୍‌ରେ ଉପଲବ୍ଧ ହେବ । ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ ।

ଭୁବନେଶ୍ବର ୩।୪: ଏଣିକି କାଚ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ । ନୂଆ ଅବକାରୀ ନୀତିରେ ଟେଟ୍ରା ପ୍ୟାକ୍ ବ୍ୟବହାର ନେଇ ଆସିଲା ଗାଇଡ଼ଲାଇନ । ଟେଟ୍ରା ପ୍ୟାକ୍‌ରେ ରହିବ ୬ ସୁରକ୍ଷା ଲେୟାର । କେବଳ ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକ୍‌ରେ ମିଳିବ । ଟେଟ୍ରା ପ୍ୟାକ୍‌ ତିଆରି କରୁଥିବା ସଂସ୍ଥା Indian institute of packaging କିମ୍ବା ସେଣ୍ଟ୍ରାଲ ଫୁଡ ଟେକ୍ନୋଲୋଜି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ସାର୍ଟିଫିକେଟ ଥିବା ଦରକାର । ପରିବେଶ ପ୍ରଦୂଷଣ ରୋକିବାକୁ ଟେଟ୍ରା ପ୍ୟାକ୍‌ରେ ମଦ ବିକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏହାସହ ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ କିନ୍ତୁ ଅନ୍ୟ ଅଞ୍ଚଳ ବେଳାଭୂମିରେ ମିଳିବ ଅନୁମତି । ମଦ ନୀତିରେ ସରକାର କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ଏବଂ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ ବା ଆଇଟିଡିସିକୁ ଲାଇସେନ୍ସ ଫି’ର ଅଧା ଦାମରେ ମଦ ଦୋକାନ ଦିଆଯିବ । ଓଟିଡିସିକୁ ଇକୋ-ରିଟ୍ରିଟ୍ ସ୍ଥଳରେ ମଦ ବିକିବାକୁ ଅସ୍ଥାୟୀ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ । ଏହାଛଡା ପର୍ଯ୍ୟଟନକୁ ପ୍ରୋତ୍ସାହିତ ବେଳାଭୂମିରେ ମଦ କୁଡିଆ ପାଇଁ ଅନୁମତି ମିଳିବ । ଓଟିଡିସି ସିଧାସଳଖ ମଦ କୁଡିଆ ଖୋଲି ମଦ ବିକ୍ରି କରିପାରିବ ନଚେତ ଆଉ କାହାରିକୁ ଏହି ମଦ କୁଡିଆ ଖୋଲି ଚଳାଇବାର ଦାୟିତ୍ଵ ମଧ୍ୟ ଦେଇ ପାରିବ । ବାର୍ଷିକ ଲାଇସେନ୍ସ ଫି’ ୭୫ ହଜାର ଟଙ୍କା ମାତ୍ର ରହିବ । ମଦ କୁଡିଆ ଲାଇସେନ୍ସକୁ ସ୍ବତନ୍ତ୍ର ଭାବରେ ‘ଅନ ରେଷ୍ଟୁରାଣ୍ଟ’ ବର୍ଗରେ ନିଆଯିବ । ଏଥିପାଇଁ ଆବଶ୍ୟକ ସମସ୍ତ ଭିଭିଭୂମି ଯଥା ବିଜୁଳି ସଂଯୋଗ, ପାଣି ସଂଯୋଗ, ବର୍ଜ୍ୟ ପରିଚାଳନା ଓଟିଡିସି କରିବ ।

ସୌଜନ୍ୟ Prameya News7

Exit mobile version