ଭୁବନେଶ୍ବର ୩।୪: ଟେଟ୍ରା ପ୍ୟାକ୍ ୨୦୧୪ରୁ ଅବକାରୀ ପଲିସିରେ ଅଛି । ଯଦି କୌଣସି ଭେଣ୍ଡର କିମ୍ବା କମ୍ପାନୀ ଚାହିଁବେ ତେବେ ସେମାନେ ଟେଟ୍ରା ପ୍ୟାକ୍ କରିପାରିବେ । ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ଅପସନ ଅଛି, ସେମାନେ କେଉଁଟାକୁ ଗ୍ରହଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯିଏ ବ୍ୟବସାୟୀ ତାଙ୍କୁ ବାନ୍ଧିକରି କାମ କରାଯାଏନି । ସରକାର ରେଗୁଲେସନ ପାର୍ଟକୁ ଦେଖନ୍ତି । ଅବୈଧ ବିକ୍ରି ଉପରେ ନଜର ରଖିଥାନ୍ତି । ବିରୋଧୀ ଏହି କଥାକୁ ନେଇ ଜିରାରୁ ଶିରା ବାହାର କରୁଛନ୍ତି, ସେମାନେ ପ୍ରଥମେ ପଲିସିଟିକୁ ଭଲ ଭାବେ ପଢନ୍ତୁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମଦ ନୀତିରେ ଅଛି ପୁରୀ ବାଦ୍ ଯଦି ଓଡ଼ିଶା ପର୍ଯ୍ୟଟନ ନିଗମ ଚାହିଁବ, ତାହାଲେ ସେମାନେ ବେଳାଭୂମିରେ ମଦ ଦୋକାନ ଖୋଲି ପାରିବେ । ଅନ୍ୟ ରାଜ୍ୟ ଭଳି ମଦ ଦୋକାନ ଖୋଲା ନଯିବାକୁ ନିଷ୍ପତି ଅଛି । ଯଦି ପର୍ଯ୍ୟଟନ ନିଗମ ତଥା ଓଟିଡ଼ିସି ଚାହିଁବ ତେବେ ସେଠାରେ ଲାଇସେନ୍ସ ଦିଆଯିବ । ଅଯଥା ଦ୍ବନ୍ଦ୍ବ ତିଆରି କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ସୌଜନ୍ୟ Prameya News7
