ଦେଶ ବିଦେଶ

U.S. Attack: ପୂର୍ବ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ ବୋଝେଇ ଡଙ୍ଗା ଉପରେ ଆମେରିକାର ଆକ୍ରମଣ: ୩ ମୃତ

ୱାସିଂଟନ: ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଆମେରିକାର ଅଭିଯାନ ଜାରି ରହିଛି। ସେନା କହିଛି, ପୂର୍ବ ପ୍ରଶାନ୍ତ ମହାସାଗରରେ ଏକ ଡ୍ରଗ୍ସ-ଚାଲାଣ ଡଙ୍ଗା ଉପରେ ଆଉ ଏକ ଆକ୍ରମଣ କରାଯାଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ସପ୍ତାହରେ ଆମେରିକା ସେନାର ଏହା ତୃତୀୟ ଆକ୍ରମଣ। ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଥିବା ଏଭଳି ଆକ୍ରମଣ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୨୦୨ରେ ପହଞ୍ଚିଛି। କାରିବିୟାନ ସାଗର ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ କାର୍ଯ୍ୟରତ ଡ୍ରଗ୍ସ ପରିବହନକାରୀ ଜାହାଜ ବିରୋଧରେ ମାସେ ଧରି ଚାଲିଥିବା ଅଭିଯାନ ନେଇ ଆମେରିକାର ଦକ୍ଷିଣ କମାଣ୍ଡ ଏହି ସଦ୍ୟତମ ସୂଚନା ପ୍ରଦାନ କରିଛି। ଦକ୍ଷିଣ କମାଣ୍ଡ କହିଛି, ଏହି ଡଙ୍ଗାଟି ଡ୍ରଗ୍ସ ଚାଲାଣରେ ନିୟୋଜିତ ଥିଲା । ଏହାକୁ ଏକ ଏକ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ କରୁଥିଲା। କିନ୍ତୁ ସେନା ଏନେଇ କୌଣସି ଠୋସ୍ ପ୍ରମାଣ ପ୍ରଦାନ କରିନାହିଁ।

ପ୍ରଥମ ଥର ରଙ୍ଗୀନ ଫୁଟେଜ୍ 

ସେନାର ସୋସିଆଲ ମିଡିଆ ଘୋଷଣାରେ ସର୍ବଦା ଆକ୍ରମଣର ଭିଡିଓ ଅନ୍ତର୍ଭୁକ୍ତ ହୋଇଥାଏ, ଏହା ପ୍ରଥମ ଥର ପାଇଁ ଦେଖାଯାଉଛି ଯେଉଁଥିରେ ଫୁଟେଜ୍ କଳା ଏବଂ ଧଳା ବଦଳରେ ରଙ୍ଗୀନ ରହିଛି। ଭିଡିଓରେ ସମୁଦ୍ରରେ ଭାସୁଥିବା ଏକ ଛୋଟ ଜାହାଜ ଦେଖାଯାଇଛି, ଯାହା ଉପରେ ଆକ୍ରମଣ ହେଉଛି ଏବଂ ସେଥିରେ ନିଆଁ ଲାଗିଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି ଯେ, ଆମେରିକା ଲାଟିନ୍ ଆମେରିକୀୟ ଡ୍ରଗ୍ କାର୍ଟେଲ ସହିତ ସଶସ୍ତ୍ର ସଂଘର୍ଷର ସ୍ଥିତି ରହିଛି। ଆମେରିକାର ଦକ୍ଷିଣ କମାଣ୍ଡ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ଲାଟିନ୍ ଆମେରିକାର ଶୀର୍ଷ ଆମେରିକୀୟ କମାଣ୍ଡର ଜେନେରାଲ ଫ୍ରାନ୍ସିସ୍ ଏଲ୍. ଡୋନୋଭାନଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button