ଖେଳଜାତୀୟ

Facebook page: ଫେସ୍‌ବୁକ୍‌ ପେଜ୍ ବିରୋଧରେ ଥାନାକୁ ଗଲେ ଗାଙ୍ଗୁଲି

ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି) ସଭାପତି ସୌରଭ ଗାଙ୍ଗୁଲି ନିଜ ନାମରେ ହୋଇଥିବା ଏକ ଫେସବୁକ୍ ପେଜ୍ ଓ ମିଡିଆ ପ୍ଲାଟ୍‌ଫର୍ମ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି) ସଭାପତି ସୌରଭ ଗାଙ୍ଗୁଲି ନିଜ ନାମରେ ହୋଇଥିବା ଏକ ଫେସବୁକ୍ ପେଜ୍ ଓ ମିଡିଆ ପ୍ଲାଟ୍‌ଫର୍ମ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ମାନହାନିଜନକ ବିଷୟବସ୍ତୁ ପ୍ରସାରଣ ଏବଂ  ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରିବା ନେଇ କୋଲକାତା ପୁଲିସ ନିକଟରେ ଅଭିଯୋଗ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଠାକୁରପୁକୁର ଥାନାରେ ହୋଇଥିବା ଏତଲାରେ ଦର୍ଶାଯାଇଛି ‌ଯେ, ‘ସୌରଭ ଗାଙ୍ଗୁଲି ପ୍ରଶଂସକ’ ନାମରେ କିଏ ଜଣେ ଫେସବୁକ୍ ପେଜ୍ ଖୋଲି ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି।

ଏଥିରେ ମିଡିଆ ପ୍ଲାଟ୍‌ଫର୍ମ ‘ସ୍ପୋର୍ଟଜ୍‌ୱିକି’ ନାଁ ଉଲ୍ଲେଖ ରହିଛି। ଏହି ପେଜ୍‌ରେ ମୋ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଲଗାତାର ନକରାତ୍ମକ ପୋଷ୍ଟ କରାଯାଉଛି। ଜଣେ ସାଧାରଣ ବ୍ୟକ୍ତି ଭାବେ ମୁଁ ବୁଝୁଛି ଯେ ମତାମତ ଓ ସମାଲୋଚନା କରିବା ଏକ ଜୀବନର ଅଂଶ। କିନ୍ତୁ ଉଦେଶ୍ୟମୂଳକ ଭାବେ ମୋ ପ୍ରତିଷ୍ଠା ଓ ମାନରେ ଆଞ୍ଚ ଲାଗି କାର୍ଯ୍ୟ ହେଉଥିବାରୁ ମୁଁ ବାଧ୍ୟ ହୋଇ ଆଇନର ଦ୍ବାରସ୍ଥ ହୋଇଛି। ମୁଁ ଅନୁରୋଧ କରୁଛି କି ଅଭିଯୋଗ ଗ୍ରହଣ କରିବା ସହ ଏହି ଫେସ୍‌ବୁକ୍‌ ପେଜ୍‌କୁ ପରିଚାଳନା କରୁଥିବା ବ୍ୟକ୍ତି ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button