ରାଜ୍ୟ

Fire Breaks Out ଅଗ୍ନିକାଣ୍ଡରେ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବାଲିପାଟଣା ଦଣ୍ଡାସାହିରେ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ। ୨ଟି ଏସି, ଟିଭି, ସୋଫା ସେଟ୍‌ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ।

ବାଲିପାଟଣା: ବାଲିପାଟଣା ଥାନା ଭାକରସାହି ପଞ୍ଚାୟତ ଦଣ୍ଡାସାହିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପାଉଁଶ ହୋଇଯାଇଛି।

ସୂଚନାନୁସାରେ, ଗ୍ରାମର ରାଜେନ୍ଦ୍ର ଚିନେରାଙ୍କ ଘରେ ଆଜି ସନ୍ଧ୍ୟାରେ ହଠାତ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ୩ ବଖରା ଘରକୁ ବ୍ୟାପୀ ଯାଇଥିଲା। ଉପର ମହଲାରେ ନିଆଁ ଲାଗି ଥିବାରୁ ଲୋକେ ଲିଭେଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ବାଲିପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁରେ ୨ ଟି ଏସି , ସୋଫା ସେଟ, ଟିଭି, ଖଟ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବା ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

କ୍ଷତିଗ୍ରସ୍ତ ପରିବାର ଲୋକେ ସର୍ଟସର୍କିଟ ଘଟି ନିଆଁ ଲାଗିଥିବା କହୁଥିବା ବେଳେ ଗଣେଶ ମୂର୍ତ୍ତି ପୂଜାରେ ଧୂପ ଓ ଦୀପ ନିଆଁରୁ ବ୍ୟାପୀଥିବା ସାଧାରଣରେ ଆଲୋଚନା ହେଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button