Fire house businessman ଲୁଗା ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ, ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ, ଅଳ୍ପକେ ବର୍ତ୍ତିଲେ ପରିବାରର ୯ ସଦସ୍ୟ

ବଡ଼ବିଲର ସବୁଠୁ ବଡ଼ ଲୁଗା ବ୍ୟବସାୟୀଙ୍କ ଘରେ ଓ ଗୋଦାମରେ fire ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ, ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପରିବାରର ୯ ଜଣ ସଦସ୍ୟ।

ବଡ଼ବିଲ: ଆଜି ଭୋର୍ ପ୍ରାୟ ୪ ଘଟିକା ସମୟରେ ବଡ଼ବିଲର ସବୁଠୁ ବଡ଼ ଲୁଗା ବ୍ୟବସାୟୀଙ୍କ ଘରେ ଓ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ, ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପରିବାରର ୯ ଜଣ ସଦସ୍ୟ। ଲୁଗା ବ୍ୟବସାୟୀ ହେଉଛନ୍ତି ବଡ଼ବିଲର ନାମୀଦାମୀ ଲୁଗା ଦୋକାନ ‘ ପରିବାର କ୍ଲଥ ଷ୍ଟୋର’ର ମାଲିକ ରୋହତାଶ ଅଗ୍ରୱାଲ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ ଘଟିକରେ ବ୍ୟବସାୟୀଙ୍କ ନିଜ ବାସଭବନ(ବଡ଼ବିଲ ପୌରାଞ୍ଚଳ, ୬ ନମ୍ୱର୍ ୱାର୍ଡ, ମୋନୀ ଟାୱାର ସମ୍ମୁଖ)ରୁ ପ୍ରବଳ ଧୂଆଁ ବାହାରୁଥିବା ଜଣେ ପଥଚାରୀ ଦେଖିବାକୁ ପାଇଥିଲା। ସେ ସଙ୍ଗେ ସଙ୍ଗେ ବ୍ୟବସାୟୀଙ୍କ ଘର କବାଟ ବାଡେଇ ପରିବାର ଲୋକଙ୍କୁ ନିଆଁ ଲାଗିବା ନେଇ ଖବର ଦେବାପରେ, ସଙ୍ଗେ ସଙ୍ଗେ ଦ୍ଵିତୀୟ ମହଲରେ ରହୁଥିବା ପରିବାରର ଜଣେ ୩ ବର୍ଷର ଝିଅ, ଜଣେ ଦେଢ଼ ବର୍ଷର ଝିଅ ସହିତ ପରିବାରର ସମୁଦାୟ ୯ ଜଣ ପ୍ରାଣ ବିକଳରେ ସୁରକ୍ଷିତ ରାସ୍ତା ଦେଇ ପଦାକୁ ବାହାରି ଆସିଥିଲେ।

ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ନିଆଁ ତଳ ମହଲା ଓ ପ୍ରଥମ ମହଲାରେ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇନଥିବାବେଲେ, ନିକଟସ୍ଥ ବିଲେଇପଦା ଅଗ୍ନିଶମ ବିଭାଗ ଓ ଘରୋଇ ଜିନ୍ଦଲ କମ୍ପାନୀର ସମୁଦାୟ ୪ ଗୋଟି ଦମକଳ ଗାଡ଼ି ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡର ତଦନ୍ତ

ଖବର ଲେଖାହେବା ଯାଏ କ୍ଷୟକ୍ଷତିର ସଠିକ ଆକଳନ କରାଯାଇନଥିଲେହେଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ତେବେ ଠିକ୍ ସମୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ କରିଥିଲେ ନିକଟରେ ଥିବା ଅନ୍ୟ ଘର ସହ ମୋନୀ ଟାୱାରରେ ନିଆଁ ବ୍ୟାପିବାର ଆଶଂକା ଥିଲା। ତେବେ ଖରା ଦିନ ଯୋଗୁ ବାହାର ନିଆଁ ପବନରେ ଉଡ଼ି ଆସି କିମ୍ବା କେହି ଦୁବୃର୍ତ୍ତ ଜାଣିଶୁଣି ବ୍ୟବସାୟୀଙ୍କ ତଳ ମହଲରେ ଥିବା ତୁଳା ଓ ଗଦି ସାମଗ୍ରୀରେ ନିଆଁ ଲଗାଇ ଦେଇଥିବା ଆଶଂକା କରାଯାଉଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଅଗ୍ନିକାଣ୍ଡର ତଦନ୍ତ କରୁଥିବା ଜଣାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version