ଦେଶ ବିଦେଶ

Flight: କୋଲକାତା ଆସୁଥିବା ମାଲେସିଆ ଏୟାରଲାଇନ୍ସ ବିମାନର ପାଇଲଟଙ୍କୁ ବିଚଳିତ କଲା ଲେଜର ଆଲୋକ

୧୫୯ ଜଣ ଯାତ୍ରୀଙ୍କୁ ନେଇ ମାଲେସିଆ ଏୟାରଲାଇନ୍ସର ଏକ ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛି।

କୋଲକାତା: ୧୫୯ ଜଣ ଯାତ୍ରୀଙ୍କୁ ନେଇ ମାଲେସିଆ ଏୟାରଲାଇନ୍ସର ଏକ ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛି। ବିମାନ ଅବତରଣ କରିବା ସମୟରେ ଏକ ଲେଜର ଆଲୋକ ପାଇଲଟଙ୍କ ଧ୍ୟାନ ଆକର୍ଷିତ କରିଥିଲା। ତେବେ ପାଇଲଟ କିଛି ସମୟ ଆକାଶରେ ଚକ୍କର କାଟିବା ପରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

କ୍ବାଲାଲମ୍ପୁରରୁ କୋଲକାତା ଆସୁଥିବା ବିମାନ ଏମ୍‌ଏଚ୍‌-୧୮୪ ଶନିବାର ରାତି ୧୧ଟା ୨୦ ମିନିଟରେ ଅବତରଣ କରିବାର ଥିଲା। ବିମାନଟି ରନୱେରୁ ପ୍ରାୟ ଆଠ ନଟିକାଲ୍ ମାଇଲ୍ ଦୂରରେ ଥିବାବେଳେ ପାଇଲଟ୍ ମଧ୍ୟମଗ୍ରାମ-ବାରାସତ ପାର୍ଶ୍ୱରୁ କକ୍‌ପିଟ୍‌ ଆଡ଼କୁ ଏକ ଉଜ୍ଜ୍ୱଳ ଲେଜର ବିମ୍ ଝଲସୁଥିବାର ଲକ୍ଷ୍ୟ କରିଥିଲେ। ଫଳରେ ସେ ବିଚଳିତ ହୋଇପଡ଼ିଥିଲେ। ବିମାନଟି ନିର୍ଦ୍ଧାରିତ ସମୟରେ ଅବତରଣ ନ କରି ଆକାଶରେ ଚକ୍କର କାଟିଥିଲା। ରାତି ୧୧ଟା ୨୫ ମିନିଟରେ ବିମାନ ସୁରକ୍ଷିତ ଭାବେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

ଏହି ଘଟଣା ପରେ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି। କୋଲକାତା ବିମାନବନ୍ଦର ନିର୍ଦ୍ଦେଶକ ବିକ୍ରମ ସିଂହ କହିଛନ୍ତି ଯେ, ବିମାନବନ୍ଦର ଚାରିପାଖରେ ଲେଜର ଲାଇଟ୍ ବ୍ୟବହାର ନିଷେଧ, କିନ୍ତୁ ଏପରି ଘଟଣା ବେଳେବେଳେ ଘଟେ ଓ ଏହା ବିମାନ ପରିଚାଳନାକୁ ପ୍ରଭାବିତ କରିଥାଏ। ବିମାନବନ୍ଦର କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରିବା ପରେ ଏହାର ତଦନ୍ତ କରାଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button